Latest Odisha News

ୱିଜଡେନ ବାଛିଲା ଶ୍ରେଷ୍ଠ ଟେଷ୍ଟ ଏକାଦଶ: ବୁମରାହ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ପତ୍ରିକା ୱିଜଡେନ ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏହି ଏକାଦଶରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଭାବେ ଚୟନ କରାଯାଇଛି । ଏହି ଦଳରେ ଓଭରାଲ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୁମରାହ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା । କ୍ରିକେଟ ସମୀକ୍ଷକ ଓ ଲେଖକଙ୍କ ୪୧ ସଦସ୍ୟ ବିଶିଷ୍ଟ ଟିମ ଏହି ଦଳ ଚୟନ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଯଶସ୍ୱୀ ଖେଳିଥିବା ୨୦୯ ରନକୁ ଶ୍ରେଷ୍ଠ ଇନିଂସ ଭାବେ ଚୟନ କରାଯାଇଛି । ବୁମରାହ ୨୦୨୪ରେ ୧୩ ଟେଷ୍ଟରେ ୧୪.୯୨ ଆଭରେଜରେ ୭୧ ୱିକେଟ ଅକ୍ତିଆର କରିଥିଲେ ।

ଜାଡେଜା ୨୦୨୪ରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ଦଳରେ ସାମିଲ କରାଯାଇଛି । ସେ ୧୨ ଟେଷ୍ଟରେ ୪୨.୭୮ ଆଭରେଜରେ ୯୮୪ ରନ କରିଥିଲେ । ଏଥିରେ ୨ ଶତକ ଓ ୪ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୪୮ ୱିକେଟ ନେଇଛନ୍ତି । ଏହି ଏକାଦଶରେ କୌଣସି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ସ୍ଥାନ ମିଳିନି । ଇଂଲଣ୍ଡର ୫ ଖେଳାଳି, ଭାରତର ୩, ନ୍ୟୁଜିଲାଣ୍ଡର ୨ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସାମିଲ କରାଯାଇଛି ।
୨୦୨୪ ଶ୍ରେଷ୍ଠ ପୁରୁଷ ଟେଷ୍ଟ ଏକାଦଶ: ଯଶସ୍ୱୀ ଜୈସୱାଲ, ବେନ ଡକେଟ, କେନ ୱିଲିୟମସନ, ଜୋ ରୁଟ, ହ୍ୟାରୀ ବ୍ରୁକ, କାମିନ୍ଦୁ ମେଣ୍ଡିସ, ଜେମୀ ସ୍ମିଥ, ରବୀନ୍ଦ୍ର ଜାଡେଜା, ଗସ ଆଟିକସନ, ମ୍ୟାଟ ହେନେରୀ, ଯଶପ୍ରୀତ ବୁମରାହ(ଅଧିନାୟକ)

Comments are closed.