Latest Odisha News

BREAKING NEWS

କାହିଁକି ରାତିରେ ଶୁଅନ୍ତି ନାହିଁ ନବଜାତ ଶିଶୁ ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ନବଜାତ ଶିଶୁମାନଙ୍କର ସମୟର କୌଣସି ଟାଇମ ଟେବୁଲ୍ ନଥାଏ। ଯେତେବେଳେ ମନ ହୁଏ କ୍ଷୀର ପିଅନ୍ତି। ଇଚ୍ଛା ହେଲ ଶୁଅନ୍ତି। ବେଳେ ବେଳେ ଅଧିକ ସମୟ ଶୋଇ ରୁହନ୍ତି ଓ ବେଳେ ବେଳେ କମ୍ ସମୟ ମଧ୍ୟ ଶୋଇଥାନ୍ତି। ନବଜାତ ଶିଶୁ ଦୀର୍ଘ ସମୟ ଶୋଇଥା’ନ୍ତି ଏବଂ ଅଳ୍ପ ସମୟ ପାଇଁ ଜାଗ୍ରତ ରୁହନ୍ତି, ବିଶେଷକରି ନବଜାତ ଶିଶୁମାନେ ରାତିରେ ବହୁତ କମ୍ ଶୋଇଥା’ନ୍ତି। ଯେଉଁଥିପାଇଁ ଶିଶୁମାନଙ୍କର ପିତାମାତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ନବଜାତ ଶିଶୁମାନଙ୍କର ଏହି ଶୋଇବା ପଦ୍ଧତି ଜନ୍ମ ହେବାର ପ୍ରାୟ ୬ ମାସ ପର୍ଯ୍ୟନ୍ତ ଚାଲିଥାଏ। ସେମାନେ ନିଜ ଇଚ୍ଛା ଅନୁଯାୟୀ ଶୋଇଥାନ୍ତି ଏବଂ ନିଜ ଇଚ୍ଛା ଅନୁଯାୟୀ ଜାଗ୍ରତ ହୁଅନ୍ତି।

ଏହି ସମୟରେ, କିଛି ଶିଶୁ ଅଛନ୍ତି ଯେଉଁମାନେ ରାତିରେ ଆଦୌ ଶୋଇପାରୁ ନାହାଁନ୍ତି। ଯେଉଁଥିପାଇଁ ମାଆମାନେ ମଧ୍ୟ ପର୍ଯ୍ୟାପ୍ତ ନିଦ ପାଇ ନଥାନ୍ତି ଏବଂ ସେ ଦିନସାରା ବିରକ୍ତ ଅନୁଭବ କରନ୍ତି। ଶିଶୁମାନେ ରାତିରେ ନ ଶୋଇବା ବା କମ୍ ଶୋଇବା ଏକ ସାଧାରଣ କଥା । ତେବେ ବିଭିନ୍ନ ଉପାୟ ଅଛି, ଯାହାଦ୍ବାରା ଶିଶୁଙ୍କୁ ଭଲ ନିଦରେ ସହାୟକ ହୋଇପାରେ । ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା କଥା, ନବଜାତ ଶିଶୁଙ୍କୁ ରାତିରେ ନିଦ ନ ଆସିବା ପଛରେ ଅନେକ ଛୋଟ ଛୋଟ କାରଣ ରହିଛି। ଆସନ୍ତୁ ଜାଣିବା…

ଅଧିକ କ୍ଷୀର ପିଆଇବା: ଡାକ୍ତରଙ୍କ କହିବା ଅନୁସାରେ ଶିଶୁମାନେ ରାତିରେ ନଶୋଇବାର କାରଣ ଅଧିକ କ୍ଷୀର ପିଆଇବା ହୋଇପାରେ। ଅଧିକ କ୍ଷୀର ପିଇବା ଦ୍ବାରା ନବଜାତ ଶିଶୁକୁ କୋଷ୍ଠକାଠିନ୍ୟ ଓ ଝାଡା ଭଳି ସମସ୍ୟା ହୋଇଥାଏ । ସେହିପରି ଡବା କ୍ଷୀର ପିଉଥିବା ଶିଶୁଙ୍କଠାରେ ଅଧିକ ନିଦ ସମସ୍ୟା ଦେଖାଯାଏ ।

କମ୍ କ୍ଷୀର ପିଆଇବା: ଡାକ୍ତରଙ୍କ କହିବା କଥା, ଶିଶୁଟି ଆବଶ୍ୟକ ପରିମାଣରେ କ୍ଷୀର ନ ପିଇଲେ ବା ପେଟ ପୁରିନଥିଲେ ମଧ୍ୟ ରାତିରେ ଶୋଇପାରେ ନାହିଁ। ଶିଶୁର ପେଟ ଛୋଟ ଓ ମାଆ କ୍ଷୀର ଶୀଘ୍ର ହଜମ ହୋଇଯାଏ । ଏହି କାରଣରୁ ତାକୁ ଜଲ୍‌ଦି ଭୋକ ଲାଗେ । ଭୋକ ଲାଗିଲେ ତାକୁ ନିଦ ଆସେ ନାହିଁ ଓ ସେ କାନ୍ଦିଥାଏ । ତେଣୁ ଯଦି ଆପଣ ନିଜ ଶିଶୁକୁ କିଛି ସମୟ ବ୍ୟବଧାନରେ କ୍ଷୀରପାନ କରାଉଛନ୍ତି ତାହେଲେ ସେ ଆରାମରେ ଶୋଇଯାଏ ।

ଅନ୍ୟପଟେ ଶିଶୁମାନେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି । ଅଧିକ ଉତ୍ତେଜନା ବା ଶବ୍ଦ ତାଙ୍କ ନିଦରେ ବାଧା ଦେଇଥାଏ । ରାତିରେ ଶିଶୁ ପରିଶ୍ରା କରି ବିଛଣା ଓଦା କରିଦିଏ । ଆଉ ଆମକୁ ଜଣାପଡେ ନାହିଁ। ଏଥିପାଇଁ ସେ ଶୋଇପାରେନି ଓ କାନ୍ଦିବାକୁ ଲାଗେ । ତେଣୁ ଶୋଇବା ପୂର୍ବରୁ ଡାଏପର ବ୍ୟବହାର କରନ୍ତୁ। ଶିଶୁ ସାରା ଦିନ ନିଜର ହାତଗୋଡ ହଲାଇ ଖେଳିଥାଏ । ଏଥିପାଇଁ ସେ ଥକ୍କା ଅନୁଭବ କରେ । ଏହି ଥକ୍କାପଣ କାରଣରୁ ଶୋଇବା ବେଳେ ସମସ୍ୟା ହୁଏ । ଗୋଟିଏ ନବଜାତ ଶିଶୁକୁ ଦିନରେ ୧୧ରୁ ୧୨ ଘଣ୍ଟା ନିଦ ଦରକାର। ଯେତେବେଳେ ଏହା ପୁରା ନହୁଏ ସେ ଥକ୍କା ଅନୁଭବ କରେ ।

ସେହିପରି ଶିଶୁ ୩ରୁ ୪ ମାସର ହେଲା ପରେ ରାତି ଓ ଦିନ ଭିତରେ ପାର୍ଥକ୍ୟ ଚିହ୍ନିବାକୁ ଲାଗେ । ଫଳରେ ଦିନରେ ଖେଳିବା ଓ ରାତିରେ ଶୋଇବା ଆରମ୍ଭ କରେ। ତେବେ ସମୟ ସମୟରେ ନିଜ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ । କାରଣ ଅନେକ ସମୟରେ ଶିଶୁ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ରାତିରେ ଶୋଇପାରେନି ।

Comments are closed.