ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଅନେକ ମହିଳା ସ୍ତନ କର୍କଟ ଭଳି ଦୁଃସାଧ୍ୟ ରୋଗ ଶିକାର ହେଉଛନ୍ତି। ଏହି ଭୟଙ୍କର ରୋଗ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ଅତ୍ୟନ୍ତ ଆବଶ୍ୟକ।
ଏଥିପାଇଁ ୨୦୧୧ରୁ ପ୍ରତି ବର୍ଷ ଅକ୍ଟୋବର ୧୩ରେ ସ୍ତନ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ଏ ବାବଦରେ ସଚେତନତା ପ୍ରଚାର କରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା।
କାରଣ, ପ୍ରାଥମିକ ପର୍ଯ୍ୟାୟରେ ରୋଗ ଧରାପଡ଼ିଲେ, ଚିକିତ୍ସା ସମ୍ଭବ ହୋଇପାରିବ। ପ୍ରତ୍ୟେକ ମହିଳା ନିୟମିତ ବ୍ୟବଧାନରେ ନିଜର ସ୍ତନ ପରୀକ୍ଷା କରାଇଲେ, ଏହି ବ୍ୟାଧିର ଭୟାବହତାରୁ ରକ୍ଷା ପାଇପାରିବେ।
Comments are closed.