Latest Odisha News

BREAKING NEWS

ନବଜାତ କନ୍ୟା ସହ ଡ୍ୟୁଟିରେ ମହିଳା ଏସଡିଏମ୍, ଶିଶୁ ଜନ୍ମ ଦେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦାନ

ଉତ୍ତରପ୍ରଦେଶ: କର୍ମ ହିଁ ଭଗବାନ । ମାନବ ସେବା ହିଁ ମାଧବ ସେବା । ଏହି କଥାକୁ କାମରେ କରି ଦେଖାଇଛନ୍ତି ଜଣେ ଉତ୍ତରପ୍ରଦେଶରେ ଜଣେ ମହିଳା ଆଇଏଏସ୍ ଅଧିକାରୀ । ଗାଜିଆବାଦ ମୋତିନଗର ଏସଡିଏମ୍ (ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍) ସୌମ୍ୟା ପାଣ୍ଡେ । ନିକଟରେ ଶିଶୁ କନ୍ୟାର ମାଆ ହୋଇଛନ୍ତି । ନବଜାତକୁ ଜନ୍ମ ଦେବାର ୧୪ ଦିନ ଭିତରେ ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୌମ୍ୟା ପାଣ୍ଡେ କୋଭିଡ୍ ମୁକାବିଲା ପାଇଁ ଗଜିଆବାଜର ନୋଡାଲ୍ ଅଫିସର ରହିଛନ୍ତି ।

କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପିତ ସୌମ୍ୟା ପାଣ୍ଡେ । ନବଜାତ କନ୍ୟାକୁ ସାଙ୍ଗରେ ଧରି କାମରେ ଲାଗିଛନ୍ତି । କୋଳରେ ଛୁଆ ଓ ହାତରେ ପେନ୍ ଧରି କାମ କରୁଛନ୍ତି ଏସଡିଏମ୍ ସୌମ୍ୟା ପାଣ୍ଡେ । ଏକାସଙ୍ଗେର ସେ ତୁଲାଉଛନ୍ତି ଜଣେ ମାଆ ଓ ପ୍ରଶାସିକାର ଦାୟିତ୍ୱ ।

ସୌମ୍ୟା ପାଣ୍ଡେ କହିଛନ୍ତି, ସେ ଜଣେ ଆଇଏଏସ୍ ଅଫିସର । ନିଜ କର୍ତ୍ତବ୍ୟ ଓ ସେବା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କୋଭିଡ୍ ସମୟରେ ସମସ୍ତଙ୍କର କିଛି ଉତ୍ତରଦାୟିତ୍ୱ ରହିଛି । ଭଗବାନ ଜଣେ ନାରୀକୁ ପିଲା ଜନ୍ମ କରିବା ଓ ତାର ଯତ୍ନ ନେବା ପାଇଁ ସାହସ ଦେଇଛନ୍ତି । ପରିବାର ଲୋକ ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି ସୌମ୍ୟା ପାଣ୍ଡେ ।

ଜୁଲାଇରୁ ସେପ୍ଟେମ୍ବର ଯାଏ ଗାଜିଆବାଦରେ କୋଭିଡ୍ ୧୯ ପାଇଁ ନୋଡାଲ ଅଫିସର ଥିଲେ ସୌମ୍ୟା ପାଣ୍ଡେ । ସେପ୍ଟେମ୍ବର ମାସରେ ଅପରେସନ୍ ପାଇଁ ୨୨ ଦିନ ଛୁଟି ନେଇଥିଲେ । ନବଜାତକୁ ଜନ୍ମ ଦେବାର ଦୁଇ ସପ୍ତାହ ପରେ ସେ ତହସିଲରେ ଯୋଗ ଦେଇଛନ୍ତି । ଏହାସହ ଗର୍ଭବତୀ ମହିଳାଙ୍କ କୋଭିଡ୍ ସମୟରେ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟା ପାଣ୍ଡେ ।

Leave A Reply

Your email address will not be published.