Latest Odisha News

BREAKING NEWS

କାହିଁକି ”ଆରେଞ୍ଜ୍‌ ମ୍ୟାରେଜ୍‌” କରିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ନୂଆଦିଲ୍ଲୀ: ୮୦ ଦଶକରେ କ୍ରିକେଟ୍‌ ଦୁନିଆର ଏକ ପ୍ରତିଷ୍ଟିତ ନାଁ ଥିଲେ ଇମ୍ରାନ୍‌ ଖାନ୍‌। ୧୯୭୧ ମସିହାରେ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳି ସେ ପ୍ରଥମ ଥର ପାଇଁ କ୍ରିକେଟ୍‌ ଦୁନିଆରେ ପାଦ ରଖିଥିଲେ। ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ।

ଏହା ବ୍ୟତୀତ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ୍ ଅଧିନାୟକ ଇମ୍ରାନ ଖାନ ତାଙ୍କର ଆକର୍ଷଣୀୟ ଚେହେରା ଏବଂ ଭିନ୍ନ ଅନ୍ଦାଜ ପାଇଁ ବେଶ୍‌ ଜଣାଶୁଣା ଥିଲେ। ସେ ଅକ୍ସଫୋର୍ଡର କେବୁଲ୍ କଲେଜରୁ ସ୍ନାତକୋତ୍ତର ଗ୍ରହଣ କରିଛନ୍ତି।

ତାଙ୍କର ଦୁଇ ଦଶନ୍ଧିର ଦୀର୍ଘ କ୍ୟାରିୟରରେ ସେ ୮୮ଟି ଟେଷ୍ଟ ଏବଂ ୧୭୫ ଟି ଓଡିଆଇ ଖେଳିଛନ୍ତି। ସେ ଏକମାତ୍ର ପାକିସ୍ତାନୀ ଅଧିନାୟକ ଥିଲେ ଯିଏ ୧୯୯୨ ମସିହାରେ ଆଇସିସି ୫୦ ଓଭର ବିଶ୍ୱକପ୍ ଜିତି ସଫଳତା ହାସଲ କରିଥିଲେ।

ସେତେବେଳେ ତାଙ୍କ ଚେହେରା ବେଶ୍‌ ଆକର୍ଷଣୀୟ ଥିଲା। ତାଙ୍କର ସୁନ୍ଦର ଚେହେରା ଏବଂ ନିଆରା ଲୁକ୍‌ ଯୋଗୁ ଅନେକ ଝିଅ ତାଙ୍କ ପାଇଁ ଦିୱାନା ଥିଲେ।

ତେବେ ଏକ ସାକ୍ଷାତକାରରେ ଇମ୍ରାନଙ୍କୁ ପଚରାଯାଇଥିଲା ଯେ ସେ ବିଦେଶ ଝିଅକୁ ବିବାହ କରିବାକୁ ପସନ୍ଦ କରିବେ କି ନାହିଁ?

ସେ ଏହାର ଉତ୍ତରରେ କହିଥିଲେ “ମୋ ପାଇଁ ଲେଡି କିଲର ଟ୍ୟାଗ୍ ସଂପୂର୍ଣ୍ଣ ଅଯୌକ୍ତିକ। ଏହାପରେ ସେ କହିଥିଲେ ମୁଁ ପାକିସ୍ତାନରେ ରହିବାକୁ ଚାହୁଁଛି ତେଣୁ ଏଭଳି ଜଣେ ପାଶ୍ଚାତ୍ୟ ଝିଅ ମିଳିବା ଯିଏ ବିବାହ ପରେ ପାକିସ୍ତାନରେ ରହିବାକୁ ଇଚ୍ଛା କରିବ ତାହା କଷ୍ଟକର ବ୍ୟାପାର।

ମୁଁ ଏମିତି ଏକ ଝିଅକୁ ବିବାହ କରିବାକୁ ଚାହୁଁଛି ଯିଏ ବିବାହ ପରେ ମେ‌ା ସହିତ ପାକିସ୍ତାନରେ ରହିପାରିବ। ଆଉ ସେଥିପାଇଁ ମୁଁ ଭାବୁଛି ମୋତେ ”ଆରେଞ୍ଜ ମ୍ୟାରେଜ୍‌” କରିବାକୁ ପଡ଼ିବ। ଏହାଛଡ଼ା ପାକିସ୍ତାନରେ ବିବାହ କରିବାର ଅନ୍ୟ କୌଣସି ଉପାୟ ନାହିଁ।

Leave A Reply

Your email address will not be published.