Latest Odisha News

BREAKING NEWS

ସୁନାଠୁଁ ଅଧିକ ମୂଲ୍ୟବାନ ପାଲାଡିୟମ୍‌; ଆକାଶଛୁଆଁ ହେଉଛି ଦର !

ବର୍ତ୍ତମାନ ସମୟରେ ସୁନାଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଛି ପାଲାଡିୟମ୍ । ଆଗାମୀ ଦିନରେ ଏହି ଧାତୁର ଦାମ୍ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆଜିର ଦିନରେ ଭାରତରେ ୧ ଗ୍ରାମ ପାଲାଡିୟମର ଦାମ ରହିଛି ୫ ହଜାର ୫୮୦ ଟଙ୍କା ।

କଣ ଏହି ପାଲାଡିୟମ୍ ?

ପାଲାଡିୟମ୍ ହେଉଛି ରୂପା ପରି ଏକ ଉଜ୍ଜ୍ୱଳ ଧଳା ଧାତୁ । ଏହା ପ୍ଲାଟିନମ୍‌, ରୁଥେନିୟମ୍‌, ରେଡିୟମ୍‌, ଇରିଡିୟମର ମିଶ୍ରଣ ।

ଋଷ୍ ଏବଂ ଦକ୍ଷିଣ ଆଫ୍ରିକାରେ ବହୁ ପରିମାଣରେ ପାଲାଡିୟମ୍ ମିଳିଥାଏ । ସାଧାରଣତଃ ପାଲାଡିୟମର ବ୍ୟବହାର ହୋଇଥାଏ ପେଟ୍ରୋଲ ଏବଂ ହାଇବ୍ରିଡ ଗାଡିରେ । ଏସବୁ ଗାଡିରୁ ବାହାରୁଥିବା ବିଷ।।କ୍ତ ଧୂଆଁକୁ ପାଲାଡିୟମ୍ ଛାଣିଥାଏ । ଅର୍ଥାତ୍ ଗାଡିରୁ ବାହାରୁଥିବା କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ପରି ବିଷାକ୍ତ ଗ୍ୟାସକୁ ପାଲାଡିୟମ୍ କମ୍ ବିଷାକ୍ତ ଗ୍ୟାସରେ ବଦଳାଇଦେଇଥାଏ ।

ଏହା ବ୍ୟତୀତ ବିଦ୍ୟୁତ ଉପକରଣ, ଦାନ୍ତ ଚିକିତ୍ସା ଏବଂ ଅଳଂକାର ନିର୍ମାଣରେ ମଧ୍ୟ ପାଲାଡିୟମ୍ ର ବ୍ୟବହାର ହୋଇଥାଏ ।

କାହିଁକି ବଢୁଛି ପାଲାଡିୟମ୍ ଦାମ୍ ?

ଗତ କିଛି ବର୍ଷ ଧରି ପାଲାଡିୟମ୍ ର ଦାମ ଆକାଶଛୁଆଁ ହୋଇଛି । ଯେଉଁ ପରିମାଣରେ ସାରା ପୃଥିବୀରେ ପାଲାଡିୟମର ଚାହିଦା ବଢୁଛି, ସେଇ ପରିମାଣରେ ଏହାର ଉତ୍ପାଦନ ହେଉନାହିଁ । ସାରା ବିଶ୍ୱକୁ ୪୦ ପ୍ରତିଶତ ପାଲାଡିୟମ୍ ଯୋଗାଉଛି ଦକ୍ଷିଣ ଆଫ୍ରିକା । ଗତ ବର୍ଷକ ମଧ୍ୟରେ ସେଠାରେ ପାଲାଡିୟମ୍ ଉତ୍ପାଦନ ୧୩.୫ ପ୍ରତିଶତ କମିଛି । ଏହାର ପ୍ରଭାବ ସାରା ପୃଥିବୀରେ ପଡିଛି ।

ଚୀନ ସମେତ ବିଭିନ୍ନ ଦେଶ ଏବେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ । ଏଥିରୁ ମୁକୁଳିବା ପାଇଁ ଅନେକ ଦେଶ ଏବେ ପେଟ୍ରୋଲ, ଡିଜେଲ ଗାଡିରୁ ବାହାରୁଥିବା ଧୂଆଁକୁ ନେଇ ଅନେକ କଟକଣା କଲେଣି । ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ପେଟ୍ରୋଲ ଗାଡିର ଚାହିଦା ବଢୁଛି, ଫଳରେ ପାଲାଡିୟମର ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଦାମ୍ ମଧ୍ୟ ବଢିବାରେ ଲାଗିଛି ।

Leave A Reply

Your email address will not be published.