Latest Odisha News

BREAKING NEWS

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ; କୋର୍ଟ ରଖିଲେ ଏଭଳି ସର୍ତ୍ତ

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ମା’ଙ୍କ ଶ୍ରାଦ୍ଧ ଲାଗି ବୁଧବାର ଦିନ ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ପୁଞ୍ଜିଲାଲଙ୍କୁ ଆସନ୍ତା ଜାନୁଆରୀ ୨୪ ତାରିଖରୁ ୨୮ ତାରିଖ ଯାଏଁ ଅର୍ଥାତ୍ ୪ ଦିନ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏହି ଅବଧି ମଧ୍ୟରେ ଗଣମାଧ୍ୟମ ସହ ସେ କୌଣସିପ୍ରକାର କଥାବାର୍ତ୍ତା ନକରିବା ଲାଗି କୋର୍ଟ କହିଛନ୍ତି ।

ପୁଞ୍ଜିଲାଲଙ୍କ ମାଆ ଇନ୍ଦୁମତି ମେହେର କ୍ୟାନସରରେ ପୀଡିତ ରହିଥିବା ବେଳେ ଗତ ଜାନୁଆରୀ ୧୦ ତାରିଖ ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସେହି ସମୟରେ ମା’ଙ୍କ ଅନ୍ତିମ ସଂସ୍କାର କରିବା ଲାଗି କୋର୍ଟ ପୁଞ୍ଜିଲାଲଙ୍କୁ ଗତ ଜାନୁଆରୀ ୧୨ ତାରିଖ ଦିନ ଗୋଟିଏ ଦିନ ଲାଗି ପାରୋଲରେ ଛାଡିଥିଲେ ।

ଉଲ୍ଲେଖଯୋଗ୍ୟ ବଲାଙ୍ଗରୀ ଜିଲ୍ଲା ଭୋଳାନାଥପଡା ଗ୍ରାମରେ ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣରେ ଘଟଣାରେ ସାରା ବଲାଙ୍ଗୀର ଏକପ୍ରକାର ଥରି ଉଠିଥିଲା ।

ବିବାହରେ ମିଳିଥିବା ଏକ ଉପହାରକୁ ଖୋଲୁଥିବା ବେଳେ ବିସ୍ଫୋରଣ ହେବାରୁ ନବବିବାହିତ ଦମ୍ପତି
ସୌମ୍ୟ ଶେଖର ସାହୁ ଓ ପତ୍ନୀ ରିମାରାଣୀ ଏବଂ ଜେଜେମା ଜେମାମଣୀ ଗୁରୁତର ଭାବେ ଆହତ ହୋଇଥିଲେ ।

ପୋଲିସର ତଦନ୍ତ ପରେ ଏହି ବିସ୍ଫୋରଣରେ ପାଟଣାଗଡ ସ୍ଥିତ ଭୈଇଁଶା ଠାରେ ଥିବା ଜ୍ୟୋତି ବିକାଶ ଜୁନିୟର କଲେଜର ପ୍ରଫେସର ପୁଞ୍ଜିଲାଲଙ୍କ ହାତ ଥିବା ଜଣାପଡିଥିଲା । ସୌମ୍ୟ ଶେଖରଙ୍କ ସହ ପୁଞ୍ଜିଲାଙ୍କ ବ୍ୟକ୍ତିଗତ ବିବାଦ ଯୋଗୁଁ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଥିଲା।

Leave A Reply

Your email address will not be published.