Latest Odisha News

BREAKING NEWS

କେନ୍ଦ୍ରକୁ ପ୍ରଶ୍ନ କଲେ ହାଇକୋର୍ଟ: ବ୍ୟାନ ପ୍ଲାଷ୍ଟିକ୍ ଭିତରେ କାହିଁକି ଅନ୍ତର୍ଭୁକ୍ତ ନାହିଁ ପ୍ଲାଷ୍ଟିକ୍ ଫୁଲ?

ମୁମ୍ବାଇ: କେନ୍ଦ୍ର ସରକାର ୟୁଜ୍ ଆଣ୍ଡ ଥ୍ରୋ ବା ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବ୍ୟାନ କରିଛନ୍ତି , ହେଲେ ପ୍ଲାଷ୍ଟିକ୍ ଫୁଲ ଏଥିରେ ଅନ୍ତର୍ଭୁକ୍ତ ନାହିର୍ । ଯାହାକୁ ନେଇ ଆଜି ଏକ ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କାହିଁକି ବ୍ୟାନ କରାଯାଇଥିବା ଏକକ-ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ ତାଲିକାରେ ପ୍ଲାଷ୍ଟିକ୍ ଫୁଲକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।

ଏନେଇ ପ୍ରଶ୍ନ କରି ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ବିଚାରପତି ଭାରତୀ ଡାଙ୍ଗରେଙ୍କ ଏକ ଖଣ୍ଡପୀଠ ପଚାରଥିଲେ, ଯେ କେନ୍ଦ୍ର ସରକାର ଏହା ଉପରେ କ’ଣ ରାୟ ରଖନ୍ତି? କ’ଣ ସେ ଭାବୁଛନ୍ତି, ପ୍ଲାଷ୍ଟିକ୍ ଫୁଲକୁ ପୁନଃଚକ୍ରିତ କରାଯାଇପାରିବ । ଏହାକୁ ଜୈବବିଘଟନଶୀଳ କରାଯାଇପାରିବ । ଭାରତୀୟ ଉତ୍ପାଦକ ଫୁଲ ପରିଷଦ (ଜିଏଫସିଆଇ) ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରିବା ବେଳେ କିଛି ଏପରି ପ୍ରଶ୍ନ କରିଥିଲେ କୋର୍ଟ ।  ଯେଉଁଥିରେ ପ୍ଲାଷ୍ଟିକ୍ ଫୁଲ ବ୍ୟବହାରକୁ ନିଷେଧ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

ତେବେ ପ୍ଲାଷ୍ଟିକ୍ ବ୍ୟାନକୁ ନେଇ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ, ଏକକ-ବ୍ୟବହୃତ ପ୍ଲାଷ୍ଟିକ୍ ଯାହାକୁ ପୁନଃଚକ୍ରିତ କରାଯାଇପାରିବ ନାହିଁ, କିମ୍ବା ଜୈବବିଘଟନଶୀଳ ନୁହେଁ, ତାହାକୁ ନିଷିଦ୍ଧ କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ୍ ଫୁଲ ଅନ୍ତଭୁକ୍ତ ନଥିବାରୁ, ଏନେଇ ପ୍ରଶ୍ନ କରି, ପ୍ଲାଷ୍ଟିକ୍ ଫୁଲକୁ କାହିଁକି ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ?, ଯାହାକୁ ନେଇ କୋର୍ଟ ଆବେଦନକାରୀ ସଂଗଠନକୁ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରର ପକ୍ଷର ଜବାବରେ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.