Latest Odisha News

BREAKING NEWS

୧୨୫ କୋଟି ବ୍ୟବସାୟ କଲାଣି ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ନେଇ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡ଼ଭାନି ଖୁବ୍ ଚର୍ଚ୍ଚାରେ । ଏଥିରେ ଉଭୟ କାର୍ତ୍ତିକ ଓ କିଆରା ଚିତାକର୍ଷକ ଅଭିନୟ କରିଥିବା ବେଳେ ଏହି ଯୋଡ଼ିକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ।

ଦମ୍‌ଦାର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମନ କିଣୁଛି । କାର୍ତ୍ତିକ ଏବଂ କିଆରାଙ୍କ ଅଭିନୀତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଭଲ ବ୍ୟବସାୟ ମଧ୍ୟ କରୁଛି । ଏଯାବତ ଫିଲ୍ମଟି ସାରା ବିଶ୍ୱରେ ପ୍ରାୟ ୧୨୫ କୋଟି ବ୍ୟବସାୟ କଲାଣି । ରିଲିଜ ପ୍ରଥମ ସପ୍ତାହରେ ଫିଲ୍ମଟି ଚମତ୍କାର ଓପନିଂ କରିଥିଲା । ଭାରତୀୟ ବକ୍ସ ଅଫିସରେ ଏହା ୮୨ କୋଟିରୁ ଅଧିକ ରୋଜଗାର କରିସାରିଲାଣି ।

ଫିଲ୍ମ ‘ଭୁଲ ଭୁଲୈୟା ୨’ ପରେ ଏହି ଯୋଡ଼ି ପୁଣିଥରେ ‘ସତ୍ୟପ୍ରେମ କି କଥା’ରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସେମାନଙ୍କ ବ୍ୟତିତ ସୁପ୍ରିୟା ପାଠକ, ସିଦ୍ଧାର୍ଥ ରାଣ୍ଡେରିଆ, ଗଜରାଜ ରାଓ, ରାଜପାଲ ଯାଦବ, ଅନୁରାଧା ପଟେଲ ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.