Latest Odisha News

BREAKING NEWS

ଶେଷ ହେଲା ଭାରତର ସଫଳ ଅଧିନାୟକଙ୍କ ଯୁଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିସହ ଦିନିକିଆ କ୍ରିକେଟରେ ଟିମ ଇଣ୍ଡିଆର ସଫଳ ଅଧିନାୟକଙ୍କ ରାଜୁତି ଶେଷ ହୋଇଛି । ରୋହିତ ୫୬ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିଲେ । ଏଥିରେ ଭାରତ ୪୨ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୨ ମ୍ୟାଚରେ ହାରିଥିଲା । ଗୋଟିଏ ମ୍ୟାଚ ଟାଇ ଏବଂ ଆଉ ଏକ ମ୍ୟାଚର ଫଳାଫଳ ବାହାରି ପାରି ନ ଥିଲା । ରୋହିତଙ୍କ ନେତୃତ୍ୱରେ ଭାରତ ୨୦୧୮ ଓ ୨୦୨୩ ଏସିଆ କପ ଜିତିଛି । ୧୨ ବର୍ଷ ପରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ତାଙ୍କ ନେତୃତ୍ୱରେ ଭାରତ ଜିତଥିଲା ।

ଆନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କୁ ସଫଳ ଅଧିନାୟକ ଭାବେ ଗଣାଯାଏ । ତାଙ୍କ ଜିତିବା ପ୍ରତିଶତ ହାର ପ୍ରଶଂସନୀୟ ରହିଛି । ଅଧିନାୟକ ଭାବେ ସେ ଆନ୍ତର୍ଜାତୀୟ ମୁକାବିଲାରେ ୭୩ ପ୍ରତିଶତ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଅନ୍ୟ କୌଣସି ଅଧିନାୟକଙ୍କ ବିଜୟ ହାର ୭୦ ଛୁଇଁ ପାରି ନାହିଁ । ଅଷ୍ଟ୍ରେଲିଆର ରିକି ପଂଟିଂ ୬୮ ଓ ଆଫଗାନିସ୍ତାନର ଅସଗର ଆଫଗାନ ୬୮ ପ୍ରତିଶତ ମ୍ୟାଚରେ ବିଜୟ ହାସଲ କରି ତାଙ୍କ ପଛକୁ ରହିଛନ୍ତି । ଆଇସିସି ଟୁର୍ଣ୍ଣାମେଂଟରେ ଏବେ ବି ୱେଷ୍ଟଇଣ୍ଡିଜର ମହାନ ଅଧିନାୟକ କ୍ଲାଇଭ ଲୟଡ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ବିଜୟ ପ୍ରତିଶତ ୮୭ ରହିଛି ।

Comments are closed.