ଭୁବନେଶ୍ବର: ସାଧାରଣତଃ ଆମ ପରିବାରରେ କାହାର ମୃତ୍ୟୁ ହେଲେ ତାଙ୍କ ସମ୍ମାନରେ ୧୪ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଉପାସନା କରିନଥାଉ । ଏହି ସମୟରେ ପରିଜନଙ୍କୁ ହରାଇ ଆମେ ଦୁଃଖି ମଧ୍ୟ ରହିଥାଉ, ଆଉ ଏଥିସହିତ ପୌରାଣିକ କଥାବସ୍ତୁ ଅନୁଯାୟୀ, ଏହି ସମୟ ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଏହି ସମୟରେ ଭଗବତ୍ ପ୍ରାପ୍ତି ବାରଣ ହୋଇଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି କି, ଯେଉଁଠି ଶିଶୁ ଟିଏ ଜନ୍ମ ନେଲେ ପୂରା ଘର ଖୁସିରେ ଫାଟି ପଡେ, ସେଠି କ’ଣ ପାଇଁ ପୂଜାର୍ଚ୍ଚନା କରାଯାଇଥାଏ । କ’ଣ ପାଇଁ ଶିଶୁ ଏବଂ ମା’କୁ ମଦ୍ୟ ଛୁଇଁବାକୁ ବାରଣ କରାଯାଇଥାଏ ।
ତେବେ ଏହାକୁ ନେଇ ବିଭିନ୍ନ ଧର୍ମଗନ୍ଥରେ ବର୍ଣ୍ଣିତ ରହିଛି । ଆମ ହିନ୍ଦୁ ଧର୍ମରେ ଶିଶୁ ଟିଏ ଜନ୍ମ ନେଲେ ଏହି ସମୟକୁ ଛୁତିକା ବା ଅଶୌଚ କା ବୋଲି କୁହାଯାଏ । ଏହି ଛୁତିକାର ଉଲ୍ଲେଖ ଗରୁଡ ପୁରାଣ ବ୍ୟତୀତ ମନୁସ୍ମୃତି, ପରାସର ସ୍ମୃତି ଏବଂ ଗୌତମ ସ୍ମୃତି ସହିତ ଅନେକ ଧର୍ମଗ୍ରନ୍ଥରେ ରହିଛି। ଏହି ସବୁ ଧର୍ମଗ୍ରନ୍ଥରୁ ଦୁଇଟି କଥା ଉଲ୍ଲେଖ ରହିଛି, ଯେଉଁଥିରେ ପ୍ରଥମଟି ହେଉଛି ଘରେ ଶିଶୁ ଜନ୍ମ ନେବା ସମୟରେ ଛୁତିକା ଏବଂ ଦ୍ୱିତୀୟଟି ହେଉଛି କାହାର ମୃତ୍ୟୁ ହେଲେ ଅର୍ଥାତ ମୃତ୍ତିକା।
ଧର୍ମଗନ୍ଥ କହୁଛି, ଛୁତିକାର ସମ୍ବନ୍ଧ ଜନ୍ମ ମୃତ୍ୟୁର କାରଣ ହେଉଥିବା ଅଶୁଦ୍ଧି ସହ ରହିଛି। ଯେମିତିକି ଜନ୍ମହେବା ପରେ ଶିଶୁର ଯେଉଁ ନାଡି କଟାଯାଏ ଏବଂ ଶିଶୁ ଜନ୍ମ ହେବା ସମୟରେ ମାଆ ଯେଉଁ କଷ୍ଟ ବେଦନା ପାଆନ୍ତି ସେଥିପାଇଁ ଯେଉଁ ଦୋଷ ଆଉ ପାପ ଲାଗିଥାଏ ଖାସ୍ କରି ସେହି କାରଣରୁ ଏହାର ପାପ ଧୋଇବା ପାଇଁ ପୂଜା ଅର୍ଚ୍ଚନା ବନ୍ଦ କରାଯାଏ। ସେହିପରି ଦାହ ସଂସ୍କାର ସମୟରେ ହେଉଥିବା ହିଂସାର ଦୋଷ କିମ୍ବା ଏହି ପାପର ପ୍ରାୟଶ୍ଚିତ ସ୍ୱରୂପ ପୂଜା ଅର୍ଚ୍ଚନା ବନ୍ଦ କରିଦିଆଯାଏ । ଯେଉଁ କାରଣରୁ ପିଲା ଜନ୍ମ ପରେ ଘରେ ପୂଜା ଅର୍ଚ୍ଚନା କରାଯାଏନାହିଁ । ଏହାବ୍ୟତୀତ ଏଥିପାଇଁ ବାରଣ କରୁଥିବା ସମୟ ଅବଧି ମଧ୍ୟ ବିଭିନ୍ନ ଜାତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଯେମିତି ଛୁତିକା ସମୟ ବ୍ରାହ୍ମଣଙ୍କ ପାଇଁ ୧୦ ଦିନ, ବୈଷ୍ୟଙ୍କ ପାଇଁ ୨୦ ଦିନ, କ୍ଷତ୍ରୀୟଙ୍କ ପାଇଁ ୧୫ ଦିନ ଏବଂ ଶୁଦ୍ରଙ୍କ ପାଇଁ ଏହି ଅବଧି ୩୦ ଦିନର ରହିଥାଏ।