Latest Odisha News

BREAKING NEWS

୧୮ ନମ୍ବର ଜର୍ସି କାହିଁକି ପିନ୍ଧନ୍ତି ସାକିବ ହୁସେନ

ନୂଆଦିଲ୍ଲୀ: ପୂର୍ବ ସଂସ୍କରଣଗୁଡିକ ପରି ଏଥର ମଧ୍ୟ ଆଇପିଏଲରେ ଛୋଟ ସହରର ଖେଳାଳିମାନେ ଛାପ ଛାଡିବାରେ ସଫଳ ହେଉଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ଯୁବ ପେସ ବୋଲର ସାକିବ ହୁସେନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରେ ୨୪ ରନ ଦେଇ ୪ଟି ୱିକେଟ ନେଇଥିଲେ । ମ୍ୟାଚ ଅବସରରେ ସେ ୧୮ ନମ୍ବର ଜର୍ସି ପିନ୍ଧିଥିଲେ । ଯାହାକି ଦୃଷ୍ଟି ଆକର୍ଷଣ କରିଥିଲା । ସୂଚନାଯୋଗ୍ୟ, ବିରାଟ କୋହଲି ସର୍ବଦା ୧୮ ନମ୍ବର ଜର୍ସି ପିନ୍ଧିଥାନ୍ତି । ତେବେ ସାକିବ ଏହା ପିନ୍ଧିବା ପଛରେ ଏକ ଭାବପ୍ରବଣତା ରହିଛି । ତାଙ୍କ କୋଚ ସୌରଭ କୁମାରଙ୍କ ଜନ୍ମ ତାରିଖ ୧୮ ହୋଇଥିବାରୁ ସେ ଏହାକୁ ପିନ୍ଧୁଛନ୍ତି ।

ସେ ପ୍ରଥମେ ଯେତେବେଳେ କୋଲକାତା ନାଇଟ ରାଇଡର୍ସ ଟିମକୁ ଗଲେ ସେତେବେଳେ କେତେ ନମ୍ବରର ଜର୍ସି ପିନ୍ଧିବି ବୋଲି କୋଚଙ୍କୁ ପଚାରିଥିଲେ । କୋଚ ସାକିବଙ୍କୁ ତାଙ୍କ ଜନ୍ମ ତାରିଖ ଥିବା ନମ୍ବର ବାଛିବାକୁ କହିଥିଲେ । ତେବେ ସେ ମାନି ନ ଥିଲେ ସେ କୋଚଙ୍କ ଜନ୍ମ ତାରିଖ ଥିବା ଜର୍ସି ପିନ୍ଧିବା ପାଇଁ ଜିଦ କରିଥିଲେ । କେକେଆରରେ ଅଙ୍ଗକୃଶ ରଘୁବଂଶୀଙ୍କ ନିକଟରେ ୧୮ ନମ୍ବର ଜର୍ସି ପିନ୍ଧିଥିଲେ । ଏଥର ରାଜସ୍ଥାନରେ ତାଙ୍କୁ ୧୮ ନମ୍ବର ଜର୍ସି ମିଳିଥିବାରୁ ବେଶ ଖୁସୀ ଅଛନ୍ତି । ସାକିବ ତାଙ୍କର ସବୁ ଛୋଟ ବଡ କଥା କୋଚଙ୍କୁ ପଚାରି କରିଥାନ୍ତି ।

Leave A Reply

Your email address will not be published.