ମୁମ୍ବାଇ: ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘ଧୁରନ୍ଧର’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ସହ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଧର୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ବିଶ୍ବସ୍ତରରେ ବକ୍ସ ଅଫିସରେ ୧୩୦୦ କୋଟି ଟଙ୍କା ଆୟ କରିଥିବାବେଳେ, ଏହାର ପାର୍ଟ ୨ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୭୦୦ କୋଟି ଆୟ କରିଛି । ଏହା ସହିତ ଉଭୟ ସିନେମା ମିଶ୍ରିତ ଭାବେ ୩୦୦୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।
ତେବେ ୩୦୦୦ କୋଟି ଟଙ୍କା ଆୟ କରି ବଲିଉଡର ସର୍ବାଧିକ ଆୟକାରୀ ସିନେମା ହିସାବରେ ଦ୍ବିତୀୟ ସ୍ଥାନ ହାସଲ କରି ରେକର୍ଡ ସ୍ଥାପନ କରିଛି । ଏପରି ରେକର୍ଡ ହାସଲ କରିବା ସହିତ ସିନେମାଟି ଶାହାରୁଖ ଖାନଙ୍କ ଜବାନ ଓ ପଠାନ ଭଳି ସିନେମାକୁ ପଛରେ ପକାଇଛି ।
ଆଦିତ୍ୟ ଧର୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ରଣବୀର ସିଂହଙ୍କ ଅଭିନୀତ ‘ଧୁରନ୍ଧର ୨’ ମାର୍ଚ୍ଚ ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ସେବେଠାରୁ ରେକର୍ଡ ହାସଲ କରିବାରେ ଲାଗିଛି ଫିଲ୍ମଟି । ଏହା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା, ୟଶଙ୍କ KGF, ଋଷଭ ସେଟ୍ଟିଙ୍କ କାନ୍ତାରା ଫ୍ରାଞ୍ଚାଇଜିକୁ ପଛରେ ପକାଇଛି ।