ବ୍ରହ୍ମପୁର: ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମାନସିକ ପୂରଣ ଲାଗି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମରେ ନଡ଼ିଆ ଅର୍ପଣ କରିଛନ୍ତି । ପ୍ରାୟ ୧୫ ହଜାର ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ।
ଏନେଇ ପ୍ରତିକ୍ରିୟା ରଖି ବିଧାୟକ କହିଛନ୍ତି, ନବୀନ ବାବୁଙ୍କ ଆଶୀର୍ବାଦରୁ ୨୦୦୯ରେ ବିଧାୟକ ହେବା ପରେ ୪ ହଜାର ନଡ଼ିଆ ଭାଙ୍ଗିଥିଲି । ୨୦୧୪ରେ ୧୬ ହଜାର ନଡ଼ିଆ ଅର୍ପଣ କରିଥିବା ବେଳେ ୨୦୧୯ରେ ୨ ବର୍ଷ କୋଭିଡ୍ ପାଇଁ ନଡ଼ିଆ ଭାଙ୍ଗି ପାରି ନଥିଲେ । ଆଜି ନୃସିଂହ ଚତୁର୍ଦ୍ଦଶୀରେ ୧୫ ହଜାରରୁ ଅଧିକ ନଡ଼ିଆ ମନ୍ଦିରରେ ଅର୍ପଣ କରିଛୁ ।
ନଡ଼ିଆ ଭାଙ୍ଗିବା ସହ ୨୦୨୪ରେ ବିଜେଡିର ଉନ୍ନତି ହେଉ, ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟକ । ସୋରଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ୱାର୍ଡରୁ ଜଣେ ଜଣେ ହୋଇ ୧୨୦ଟି ଗାଡ଼ିରେ ଯାଇ ସେଠାରେ ନଡ଼ିଆ ଅର୍ପଣ କରିଛନ୍ତି ବିଧାୟକ ।
ଏଥିରେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବିଧାୟକ କହିବା ସହ ୨୦୨୪ରେ ଯେତିକି ଭୋଟରେ ଜିତିବେ ସେହି ଅନୁସାରେ ନଡ଼ିଆ ଭାଙ୍ଗିବେ ବୋଲି କହିଛନ୍ତି । ବିଧାୟକଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ସୀମାଞ୍ଚଳମରେ ନଡ଼ିଆ ଭାଙ୍ଗିଛନ୍ତି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି ।
Comments are closed.