ଆବୁଧାବି: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ପ୍ରତିପକ୍ଷ ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍କାର୍ଫ ଉପହାର ସ୍ବରୂପ ଦେଇଛନ୍ତି। ଏଥିସହ ତାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଆଣ୍ଠୁମାଡି ବସିବା ସହ ଗୀତ ଗାଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି
ଏହି ଘଟଣାଟି ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ଘଟିଛି। ଯେଉଁଠାରେ ବିଶ୍ୱ ଭବିଷ୍ୟତ ଶକ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ପହଞ୍ଚିଥିଲେ। ତେବେ ମେଲୋନିଙ୍କ ଜନ୍ମଦିନ ଅବସରରେ ଆଲବାନିଆ ପ୍ରଧାନମନ୍ତ୍ରୀ ଏଭଳି କରିବା ସହ ନିଜ ହାତରେ ତାଙ୍କୁ ଏକ ସ୍କାର୍ଫ ପିନ୍ଧାଇଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ମଧ୍ଯ ତାଳି ମାରିବାକୁ ଲାଗିଥିଲେ।
ଅପରପକ୍ଷରେ ଏହି ହାଲୁକା ସ୍କାର୍ଫଟି ଦୁଇ ରାଷ୍ଟ୍ର ମଧ୍ୟରେ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ପ୍ରଦର୍ଶନ କରିଛି। କାରଣ ଜଣେ ଇଟାଲୀୟ ଡିଜାଇନରଙ୍କ ଦ୍ୱାରା ଏହା ଡିଜାଇନ୍ କରାଯାଇଥିଲା। ଯିଏକି ଆଲବାନିଆକୁ ସ୍ଥାନାନ୍ତରିତ ହୋଇଥିଲେ।
ଏଡି ରାମା ଏବଂ ମେଲୋନିଙ୍କ ମଧ୍ୟରେ ଭଲ ବ୍ୟବସାୟୀକ ସମ୍ପର୍କ ଅଛି। ଯଦିଓ ଉଭୟ ନେତା ବିପରୀତ ରାଜନୈତିକ ଚିନ୍ତାଧାରା ରଖିଥାନ୍ତି। ତେବେ ମେଲୋନୀ ଦକ୍ଷିଣପନ୍ଥୀ ଦଳ ବ୍ରଦର୍ସ ଅଫ୍ ଇଟାଲୀର ନେତୃତ୍ୱ ନେଉଥିବା ବେଳେ ରାମା ଆଲବାନିଆର ସୋସିଓଲିଷ୍ଟ ପାର୍ଟିର ନେତୃତ୍ୱ ନେଇଥାନ୍ତି।
Comments are closed.