Latest Odisha News

ରିଲିଜ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’, ଚଳଚ୍ଚିତ୍ରକୁ ନେଇ ପଞ୍ଜାବରେ ବିରୋଧ

ଚଣ୍ଡିଗଡ଼: ପ୍ରେକ୍ଷାଳୟରେ ଆଜି ମୁକ୍ତଲାଭ କଲା ବହୁପ୍ରତିକ୍ଷୀତ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମ ରିଲିଜ ହୋ ପରେ ଏହାକୁ ନେଇ ପଞ୍ଜାବର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ଫିଲ୍ମର ମୁକ୍ତିଲାଭ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏସଜିପିସି ଦାବି କରିଛି। ଫିଲ୍ମର ମୁକ୍ତିଲାଭକୁ ରୋକିବା ପାଇଁ ମୋହାଲିର ଅନେକ ସିନେମା ହଲ୍ ବାହାରେ ପ୍ରତିବାଦ କରାଯାଉଛି। ମୋହାଲି ଡିଏସପି ହରସିମରନ୍ ବାଲ୍ କହିଛନ୍ତି ଯେ ଫିଲ୍ମ ଏମର୍ଜେନ୍ସି ବିରୋଧରେ ପ୍ରତିବାଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯେକୌଣସି ବ୍ୟକ୍ତି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିପାରିବେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ମୋହାଲିର ସିନେମା ହଲ୍ ମାଲିକମାନେ ନିଜେ ଏହି ଫିଲ୍ମର ଶୋ’କୁ ବାତିଲ କରିଛନ୍ତି।

ସେହିପରି ପଞ୍ଜାବର ଅମୃତସର, ଲୁଧିଆନାରେ ଏହି ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ବିରୋଧ କରୁଥିବା ଲୋକଙ୍କ ଅଭିଯୋଗ ଏହାକି ଯେ ଫିଲ୍ମରେ ଶିଖ ସମ୍ପ୍ରଦାୟକୁ ଆଘାତ ଦିଆଯାଇଛି ଏବଂ ସନ୍ଥ ଭିଣ୍ଡରାନୱାଲେଙ୍କୁ ଭୁଲ ଭାବରେ ଚିତ୍ରଣ କରାଯାଇଛି। ଏହି ଫିଲ୍ମ ଏକ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଉଛି, ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।

ଅନ୍ୟପଟେ ବକ୍ସଅଫିସରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପଲିଟିକାଲ ଡ୍ରାମା ଉପରେ ଆଧାରିତ। କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇଛନ୍ତି। ଏହାସହ କଙ୍କନାଙ୍କ ଅଭିନୟ ମଧ୍ୟ ଫ୍ୟାନ୍ସଙ୍କ ମନ କଣୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ଆଶ୍ଚର୍ଯ୍ୟଜନକ ଦେଖାଯାଉଛନ୍ତି। ଅନୁପମ ଖେର ମଧ୍ୟ ଜୟପ୍ରକାଶ ନାରାୟଣଙ୍କ ଭଳି ଦେଖାଯାଉଛନ୍ତି ଏବଂ ତାଙ୍କ ଡାଏଲଗ ଡେଲିଭରୀ ମଧ୍ୟ ଦମଦାର ହୋଇଛି। ପୁପୁଲ ଜୟକର ଭାବରେ ମହିମା ଚୌଧରୀ, ଜଗଜୀବନ ରାମ ଭାବରେ ସତୀଶ କୌଶିକ ଏବଂ ଅଟଳ ବିହାରୀ ବାଜପେୟୀ ଭାବରେ ଶ୍ରେୟାସ ତାଲପଡେ ମଧ୍ୟ ଏକ ଜବରଦସ୍ତ ଟକ୍କର ଦେଇଛନ୍ତି। କଙ୍ଗନାଙ୍କ ଫିଲ୍ମ ଟ୍ରେଣ୍ଡରେ ପରିଣତ ହୋଇଛି ।

Comments are closed.