ନୂଆଦିଲ୍ଲୀ : ପ୍ରତିଦିନ ଆମେ ଆମ ଜୀବନରେ ଏପରି ଅନେକ କିଛି ଜିନିଷ ଦେଖୁ କିନ୍ତୁ କେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁନାହୁଁ । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ କଦାପି ଭାବି ନଥିବେ । କାହାରି ଦେହ ଖରାପ ହେଲେ ଆମେ ଓୗଷଧ କିଣିଥାଏ । ଏହାକୁ କିଣିବାବେଳେ ଆମେ ଏହାର ଏକ୍ସପ୍ୟାରୀ ଡେଟ୍ ଦେଖି କିଣିଥାଏ । କିନ୍ତୁ କେବେ ଜାଣିବାକୁ ଚାହିଁଛନ୍ତି କି ମେଡିସିନ୍ ଫାଇଲର ମଝିରେ ଥିବା ଖାଲି ସ୍ଥାନ ଗୁଡିକ କାହିଁକି ଥାଏ ? ଆସନ୍ତୁ ଜାଣିବା ।
ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯଦି ଆମେ କୌଣସି ଦାମୀ ଓୗଷଧ କିଣୁ । ସେହି ଫାଇଲରେ କେବଳ ଗୋଟିଏ ଟାବଲେଟ୍ ଥାଏ । ଏବଂ ତାର ଚର୍ତୁପାର୍ଶ୍ବ ରେ ପୁରା ଫାଇଲଟି ଖାଲିଥାଏ । ମେଡିସିନ୍ ଗୁଡିକୁ ଅନେକ ସମୟରେ ଅନ୍ୟ ଦେଶକୁ ରପ୍ତାନୀ କରାଯାଇଥାଏ । ବିଭିନ୍ନ ପରିବହନ ମାଧ୍ୟମରେ ଏଗୁଡିକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପଠାଯାଏ । ଏପରି ପରିସ୍ଥିତିରେ, ଓୗଷଧ ମଧ୍ୟରେ ଏତେ ସ୍ପେଶ୍ ରଖାଯାଏ ଯେ , ସେଗୁଡିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାବେଳେ ସେଗୁଡିକ ଭାଙ୍ଗି ନଥାଏ କିମ୍ବା ନଷ୍ଟ ହୋଇଯାଏନାହିଁ ।
ଖାଲି ସ୍ଥାନ ହେତୁ ଓୗଷଧ ଗୁଡିକ ଉପରେ କୌଣସି ଚାପ ପଡ଼େନାହିଁ । ଯେଉଁଥିପାଇଁ ଓୗଷଧ ସୁରକ୍ଷିତ ରହିଥାଏ । ବେଳେ ବେଳେ ଯଦି ଏକ ମେଡିସିନ୍ ଫାଇଲ୍ ରେ ୧୦ଟି ମେଡିସିନ୍ ରହୁଛି । ଆମେ ଦୋକାନୀଙ୍କୁ ୫ଟି ମେଡିସିନ୍ ମାଗିଥାଉ । ଯାହା ଫଳରେ କି ଦୋକାନୀ ଜଣଙ୍କ ଆମକୁ ଫାଇଲରୁ ୫ ଟି ମେଡିସିନ୍ କାଟି କରି ଦିଅନ୍ତି । ଏହି ସମୟରେ ଯଦି ଫାଇଲରେ ଫାଙ୍କା ସ୍ଥାନ ନଥାନ୍ତା , ତେବେ କାଟିବା ସମୟରେ କ୍ଷତି ପହଁଞ୍ଚିବାର ସମ୍ଭାବନା ଥାଏ ।
Comments are closed.