Latest Odisha News

BREAKING NEWS

କାହିଁକି ଗିରଫ ହେଲେ ଅଲଟ ନ୍ୟୁଜର ସହ ପ୍ରତିଷ୍ଠାତା ଜୁବେର ?

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଜୁବେର ଅନେକ ସମୟରେ ଧାର୍ମିକ ଭାବାବେଗକୁ ଆଘାତ ଦେବା ଭଳି ପୋଷ୍ଟ ସୋସିଆଲ ମିଡିଆରେ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା କହିଛି । ବିଶେଷ କରି ଦୁଇ ସଂପ୍ରଦାୟ ଭିତରେ  ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଆଇପିସିର ଧାରା ୧୫୩ ଯାହାକି ଜାଣିଶୁଣି ଦଙ୍ଗା ଉସୁକାଇବା ଏବଂ  ୨୯୫କ ଯାହା କି  ଧାର୍ମିକ ଭାବାବେଗକୁ ଆଘାତ କରିବା ଅନୁସାରେ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗୋଟେ ଦିନ ପାଇଁ ତାଙ୍କୁ ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି ।

ପୂର୍ବରୁ ଅନେକ ଦେବାଦେବୀଙ୍କୁ ନେଇ ସେ ଶସ୍ତା ଟୁଇଟ୍ କରିଆସୁଛନ୍ତି । ତେବେ ସୋସିଆଲ ମିଡିଆରେ ଅନେକ ଥର ତାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଏପରିକି  ନୂପୁର ଶର୍ମାଙ୍କ ଦ୍ବାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସଂପର୍କରେ ସେ ପ୍ରଥମେ ଟୁଇଟ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଯାହା କି  ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା ।

ସେହିପରି  ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ  ସେ ଅନେକ ବିବାଦୀୟ ଟୁଇଟ କରିଥିଲେ । ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । ଏସବୁ କରିବା ପରେ ତାଙ୍କ ନାମରେ ଅନେକ ରାଜ୍ୟରେ ମାମଲା ହୋଇଛି । ଟୁଇଟ କାରଣରୁ  ଦିଲ୍ଲୀ ପୋଲିସ ଗିରଫ କରିଥିବା କହିଛି ।

Leave A Reply

Your email address will not be published.