Latest Odisha News

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର କାରଣ…

ସାଧାରଣତଃ ଆମେ ବ୍ୟବହାର କରୁଥିବା କ୍ୟାଲେଣ୍ଡର, ଯେଉଁଥିରେ ବର୍ଷର ଆରମ୍ଭ ଜାନୁଆରୀ ୧ ରୁ ହୋଇଥାଏ ଏହାକୁ ଗ୍ରିଗୋରିୟନ କ୍ୟାଲେଣ୍ଡର କୁହାଯାଏ।

ଏହା ୧୫୮୨ ମସିହା ୧୫ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଏହି କ୍ୟାଲେଣ୍ଡରକୁ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ଖ୍ରୀଷ୍ଟମାସର ତାରିଖ ଧାର୍ଯ୍ୟ କରିବା ପାଇଁ ଆରମ୍ଭ କରିଥିବା କୁହାଯାଏ ।

ଗ୍ରିଗୋରିୟନ କ୍ୟାଲେଣ୍ଡର ପ୍ରଚଳନ ପୂର୍ବରୁ ରୁଷର ଜୁଲିୟନ କ୍ୟାଲେଣ୍ଡର ପ୍ରଚଳିତ ଥିଲା। ଏଥିରେ ବର୍ଷକ ୧୦ ମାସ ରହିଥିଲା । ଏହି କ୍ୟାଲେଣ୍ଡରରେ ପ୍ରତିବର୍ଷ ଖ୍ରୀଷ୍ଟମାସର ତାରିଖ ବଦଳୁଥିଲା।

ଖ୍ରୀଷ୍ଟମାସ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବଡ଼ ପର୍ବ। ଏହି କାରଣରୁ ଆମେରିକାର ନେପଲ୍ସର ଚିକିତ୍ସକ ଏଲୟସିସ ଲିଲିଅସ ଏକ ନୂଆ କ୍ୟାଲେଣ୍ଡର ପ୍ରସ୍ତାବିତ କଲେ। ରୁଷର ଜୁଲିୟନ କ୍ୟାଲେଣ୍ଡରରେ ବହୁତ ସଂଶୋଧନ ପରେ ଏହାକୁ ୨୪ ଫେବ୍ରୁଆରୀରେ ରାଜକୀୟ ଆଦେଶ କ୍ରମେ ବିଧିବଦ୍ଧ ଭାବେ ଗ୍ରହଣ କରାଗଲେ।

ଏହି ରାଜକୀୟ ଆଦେଶ ପୋପ ଗ୍ରିଗୋରୀ ଦେଇଥିଲେ, ତେଣୁ ତାଙ୍କ ନାମ ଅନୁସାରେ ଏହି କ୍ୟାଲେଣ୍ଡରର ନାମ ଗ୍ରିଗୋରିୟନ କ୍ୟାଲେଣ୍ଡର ରଖାଯାଇଥିବା କୁହାଯାଏ।

ସେବେଠାରୁ ଆଜି ପର୍ଯ୍ୟନ୍ତ ସେହି ଗ୍ରିଗୋରିୟନ କ୍ୟାଲେଣ୍ଡର ସାରା ଦୁନିଆରେ ପ୍ରଚଳିତ ହେଉଛି ।

ଏହି ଗ୍ରିଗୋରିୟନ କ୍ୟାଲେଣ୍ଡରରେ ଥିବା ପ୍ରଥମ ଦିନ ଅର୍ଥାତ୍‍ ଜାନୁଆରୀ ୧ କୁ ବିଶ୍ଵବ୍ୟାପୀ ନୂଆବର୍ଷ ରୂପେ ପାଳନ କରାଯାଇଛି ।

Comments are closed.