Latest Odisha News

BREAKING NEWS

ଅତିକ ବ୍ରଦର୍ସକୁ ଗୁଳି ମାରିବା ପରେ ହତ୍ୟାକାରୀ ‘ଜୟ ଶ୍ରୀରାମ ନାରା’ କାହିଁକି ଦେଇଥିଲେ?

ଲକ୍ଷ୍ନୌ: ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ଅହମ୍ମଦଙ୍କୁ ପୋଲିସ ହେପାଜତରେ ଥିବା ବେଳେ ତିନି ଦୁର୍ବୃତ୍ତ ଆସି ହତ୍ୟା କରିଛନ୍ତି। କିନ୍ତୁ ଏହାପରେ ‘ଜୟଶ୍ରୀରାମ ନାରା’ ଦୁର୍ବୃତ୍ତମାନେ ଦେଇଥିଲେ। ତେଣୁ ଏହି ହତ୍ୟାକାଣ୍ଡ ପଛରେ କଟ୍ଟର ହିନ୍ଦୁବାଦୀ ନେତା ରହିଛି ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ସନ୍ନି ନାମକ ଅଭିଯୁକ୍ତ କହିଛି କାହଁକି ଜୟଶ୍ରୀ ରାମର ନାରା ଦିଆଯାଇଥିଲା।

ଏହି ନାରାକୁ ନେଇ ସମସ୍ତ ବିରୋଧୀଦଳ ନେତା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ତିନି ଅଭିଯୁକ୍ତ ମାଫିଆକୁ ଗୁଳି ଚଳାଇବା ପରେ ଜୟ ଶ୍ରୀ ରାମଙ୍କ ନାରା କାହିଁକି ଦେଲେ? ଏବେ ଏହାର ଉତ୍ତର ପାଇଛି ଉତ୍ତରପ୍ରଦେଶ ପୋଲିସ।

ଉଲ୍ଲେଖଯୋଗ୍ୟ, ଯେତେବେଳେ ଅତିକ୍ ଅହମ୍ମଦ ଏବଂ ଅସରଫ ଅହମ୍ମଦଙ୍କୁ ଗୁଳି କରାଯାଇଥିଲା, ସେତେବେଳେ ଡାକ୍ତରଖାନା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡଥିଲା। ଏସବୁ ମଧ୍ୟରେ ତିନି ଅଭିଯୁକ୍ତ ମଧ୍ୟ ଲୁଚି ରହିଥିଲେ ଏବଂ ସଙ୍ଗେ ସଙ୍ଗେ ବାହାରକୁ ଆସି ଅତିକ୍ ଏବଂ ଅସରଫ ଉପରକୁ ଗୁଳି ଚଳାଇଥିଲେ। ସୁଟର ସନ୍ନି କହିଛି ଯେ ତିନିଜଣ ମରିବାକୁ ଆସି ନଥିଲେ, ତେଣୁ ସେମାନେ ଆତ୍ମସମର୍ପଣ କରିଥିଲେ ଏବଂ ଗୁଳି ଚଳାଇବା ପରେ ସେମାନେ ବହୁତ ଡରି ଯାଇଥିଲେ ତେଣୁ ସେମାନେ ‘ଜୟ ଶ୍ରୀ ରାମ’ର ନାରା ଦେଇଥିଲେ।

ହତ୍ୟାକାଣ୍ଡର ତିନି ଅଭିଯୁକ୍ତଙ୍କୁ ଏହି ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ସେମାନଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କଠାରୁ ଅନେକ ପ୍ରଶ୍ନର ଉତ୍ତର ପୋଲିସ ପାଇଥିବା ସୂଚନା ରହିଛି। ପଚରାଉଚରା ବେଳେ ଲବଲେଶ ତିୱାରୀ ନିଜକୁ ଜଣେ ହିନ୍ଦୁବାଦୀ ବୋଲି କହିଛି। ପୋଲିସ ଡାକ୍ତରଖାନା ଚାରିପାଖରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି। ଯେଉଁଠାରେ ତିନିଜଣ ରହିଥିଲେ ସେହି ହୋଟେଲରୁ ସିସିଟିଭି ଫୁଟେଜ୍ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।

Comments are closed.