Latest Odisha News

BREAKING NEWS

ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ସରକାରଙ୍କ ମଜବୁତ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି। କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହିତ ଦେଶ ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆପଣାଉଛି।

BjdElectrycity

କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; ଯେଉଁଥିରେ ସେ କହିଛନ୍ତି, “ବେଶ ଉତ୍ସାହଜନକ ସୂଚନା! ବୈଦ୍ୟୁତିକ ବାହାନଗୁଡିକର ଲୋକପ୍ରିୟତା ବଢାଇବା ପାଇଁ ଆମ ସରକାର ଯେଉଁ ମଜବୁତ ପଦକ୍ଷେପ ନେଇଛନ୍ତି, ତାର ପ୍ରଭାବ ଏବେ ସାରା ଦେଶରେ ଦେଖିବାକୁ ମିଳୁଛି ।”

ନିକଟରେ ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ ଯାନର ବିକ୍ରି ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ୨୦୩୦ ସୁଦ୍ଧା ସମସ୍ତ ସରକାରୀ ବିଭାଗରେ ବ୍ୟବହୃତ ଗାଡ଼ିକୁ ପର୍ଯ୍ୟାୟକ୍ରମେ ଇଭିରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିପାଇଁ ବିନା ଟେଣ୍ଡରରେ ମଧ୍ୟ ସମସ୍ତ ସରକାରୀ ବିଭାଗ ନାମାଙ୍କନ ଆଧାରରେ ଇଭି କିଣିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ଯ, ଓଡ଼ିଶା ସରାକାର ମଧ୍ୟ ଇ-ବାଇକ କିଣିବାକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀମାନେ ଇ-ଯାନର ବଜାର ମୂଲ୍ୟର ୭୫ ପ୍ରତିଶତ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ସରକାରୀ କର୍ମଚାରୀମାନେ କେବଳ ଗୋଟିଏ ଦୁଇ ଚକିଆ କିମ୍ବା ଚାରି ଚକିଆ ଇ-ଯାନ କିଣିବା ପାଇଁ ଋଣ ନେଇପାରିବେ। ଏହି ସୁବିଧା ୨୦୨୫ ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଓଡ଼ିଶାର ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ ସରକାରୀ କର୍ମଚାରୀମାନେ ଉଭୟ ଇଲେକ୍ଟ୍ରିକ୍ ବାଇକ ଓ କାର କିଣିବା ପାଇଁ ଋଣ ନେଇପାରିବେ। ଇଲେକ୍ଟ୍ରିକ୍ କାର କ୍ଷେତ୍ରରେ ଏହି ଋଣ ୧୫ ଲକ୍ଷ ଟଙ୍କାରୁ କମ ମୂଲ୍ୟର ଗାଡ଼ି ଉପରେ ଲାଗୁ ହେବ। ଅନ୍ୟପଟେ ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀମାନେ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ଦୁଇ ଚକିଆ ଇ-ଯାନ କିଣିବାକୁ ଋଣ ନେଇପାରିବେ।

 

Leave A Reply

Your email address will not be published.