Latest Odisha News

BREAKING NEWS

ସକାଳର ଜଳଖିଆ କରିବାକୁ ଭୁଲନ୍ତୁ ନାହିଁ, ନଚେତ୍ ଭୋଗିବେ..

ଭୁବନେଶ୍ବର: ସକାଳର ଜଳଖିଆ ଆମ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। କିନ୍ତୁ କିଛିଜଣ ସମୟ ଅଭାବରୁ ଜଳଖିଆ ଛାଡି ଦିଅନ୍ତି। ଆଉ କିଛି ଲୋକ ଓଜନ ବୃଦ୍ଧି ଏଡାଇବା ପାଇଁ ଜଳଖିଆ କରନ୍ତି ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ, ସକାଳେ ଏକ ହେଲ୍ଥି ବ୍ରେକଫାଷ୍ଟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସକାଳ ଜଳଖିଆରେ ସବୁବେଳେ ସ୍ୱାସ୍ଥ୍ୟକର ଜିନିଷ ସାମିଲ କରିବା ଉଚିତ। ତେବେ ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ’ଣ କ୍ଷତି ହୋଇପାରେ ଆସନ୍ତୁ ଜାଣିବା।

-ଜଳଖିଆ ହେଉଛି ଆପଣଙ୍କ ଦିନର ପ୍ରଥମ ଖାଦ୍ୟ। ଏହି ସମୟରେ ଆପଣଙ୍କ ଶରୀର ରାତିସାରା ଉପବାସ କରିବା ପରେ ଖାଦ୍ୟ ଖାଏ, ଯାହା ଶରୀରକୁ ଶକ୍ତି ଦିଏ। କିନ୍ତୁ ଯେତେବେଳେ ଆପଣ ଜଳଖିଆ କରୁନାହାଁନ୍ତି, ସେତେବେଳେ ଏହା ଅଧିକ ସମ୍ଭାବନା ଥାଏ ଯେ ଦିନରେ ଏନର୍ଜି ପାଇଁ ଆପଣ ଅଧିକ ଫ୍ୟାଟ ଏବଂ ମିଠା ଖାଦ୍ୟ ଖାଇବାକୁ ଇଚ୍ଛା କରିବେ, ଯାହା ଓଜନ ବୃଦ୍ଧି କରିପାରେ। ତେଣୁ, ସକାଳ ଜଳଖିଆ ନ ଖାଇବା ଦ୍ଵାରା ଓଜନ ହ୍ରାସ ହେବା ପରିବର୍ତ୍ତେ ଅସ୍ୱାସ୍ଥ୍ୟକର ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ ।

-ଜଳଖିଆ ନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳେ ନାହିଁ ଏବଂ ଆପଣଙ୍କ ଶରୀର ଦୁର୍ବଳ ଅନୁଭବ କରିପାରେ। ଏହାପରେ ଏନର୍ଜି ଅଭାବ ଯୋଗୁଁ, ଆପଣ ଦିନସାରା କ୍ଳାନ୍ତ ଅନୁଭବ କରିପାରନ୍ତି।

-ସକାଳ ଜଳଖିଆ ଆପଣଙ୍କ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ସକାଳ ଜଳଖିଆ ନ କରିବା ଦ୍ୱାରା ଆପଣଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଫଳରେ ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ହେଉଥିବା ରୋଗର ଆଶଙ୍କାକୁ ବୃଦ୍ଧି କରେ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ।

– ଜଳଖିଆ ନକରିବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ଶର୍କରା ସ୍ତର ହ୍ରାସ ପାଇପାରେ, ଯାହା ଷ୍ଟ୍ରେସ ହରମୋନକୁ ବୃଦ୍ଧି କରିପାରେ। ଅଧିକ ଷ୍ଟ୍ରେସ ହରମୋନ ଯୋଗୁଁ, ଆପଣଙ୍କ ମୁଡ୍ ଖରାପ ହୋଇପାରେ ଏବଂ ଆପଣ ଚିଡ଼ଚିଡ଼ା ଅନୁଭବ କରିପାରନ୍ତି। ଏହି କାରଣରୁ, ଆପଣ ଅଧିକ କ୍ରୋଧିତ ହୋଇପାରନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

-ସକାଳେ ଜଳଖିଆ ନ ଖାଇବା ଦ୍ୱାରା ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହେବାର ଆଶଙ୍କା ବଢ଼ିଥାଏ। ଏସବୁ ହୃଦରୋଗର କାରଣ ମଧ୍ୟ। ତେଣୁ ଜଳଖିଆ ନ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା ବଢ଼ିଥାଏ।

 

Comments are closed.