ଭୁବନେଶ୍ୱର: ଏହାକୁ ମାଆର ମମତା କୁହନ୍ତୁ କିମ୍ବା ଦଇବ ଯାତନା। ଟଙ୍କା ପଇସା ଅଭାବରୁ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ବିଧବା ମା ନେଇଛି ଏଭଳି ଏକ ପଦକ୍ଷେପ ଯାହା ଜାଣିଲେ ଆପାଣଙ୍କ ଆଖି କୋଣରେ ଲୁହ ଜକେଇ ଆସିବ । ପିଲାଙ୍କ ମୁଂହରେ ଦାନ ଦେବା ପାଇଁ ନିଜ ମୁଣ୍ଡର ଚୁଟି କାଟି ବିକିଦେଲା ମାଆ ।
ତାମିଲନାଡୁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ଚର୍ଚ୍ଚାର କାରଣ ସାଜିଛି । ପିଲାଙ୍କ ଭୋକ ମେଂଟାଇବା ପାଇଁ ଜଣେ ବିଧବା ମହିଳା ସମ୍ପୂର୍ଣ୍ଣ ଲାଣ୍ଡି ହେବା ସହ ଚୁଟିକୁ ବିକ୍ରି କରିଛନ୍ତି।
ଏହି ମହିଳାଙ୍କ ନାମ ପ୍ରେମା ବୋଲି ଜଣାପଡିଛି । ପ୍ରେମାଙ୍କ ସ୍ୱାମୀ ମରିଯାଇଥିବା ବେଳେ ପରିବାର ବୋଲି କହିଲେ ଏହି ପିଲାମାନେ ।
ଚୁଟି ବିକି ତାଙ୍କୁ ମିଳିଥିବା ୧୫୦ ଟଙ୍କାରେ ସେ ତାଙ୍କ ପିଲାଙ୍କୁ ଖାଇବାକୁ ଦେଇଛନ୍ତି । ଏହି ଘଟଣା ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି ।
ମିଳିଥିବା ସୂଚନା ଅନୁସାରେ ପ୍ରେମାଙ୍କ ସ୍ୱାମୀ ୭ ମାସ ପୂର୍ବରୁ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ଏହାପରଠାରୁ ତାଙ୍କ ଅବସ୍ଥା ଏପରି ହୋଇଯାଇଛି ବୋଲି ସେ କହିଛନ୍ତି ।
ପ୍ରେମାଙ୍କ ଆର୍ଥୀକ ସ୍ଥିତି ସମ୍ପର୍କରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଜଣେ ଗ୍ରାଫିକ ଡିଜାଇନର ତାଙ୍କ ପାଇଁ ସାହାଯ୍ୟ ମାଗିଥିଲେ । “ଏଥିରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ୧.୪୫ ଲକ୍ଷ ଟଙ୍କା ଦାନ କରିଥିଲେ । ଏବେ ଏହି ଅର୍ଥରେ ମୁଁ ପରିବାର ଚଳାଇବା ସହ ପିଲାମାନଙ୍କୁ ପାଠ ପଢ଼ାଇବି” ବୋଲି ପ୍ରେମା କହିଛନ୍ତି ।
Comments are closed.