Latest Odisha News

BREAKING NEWS

ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ଡାକ୍ତର ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

କଟକ: ଜଣେ ଯୁବ ଡାକ୍ତର ତାଙ୍କ ପତ୍ନୀଙ୍କୁ ୧୦ ଦିନରୁ ଅଧିକ ହେବ ଘରେ ବନ୍ଦ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି, ଏହା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ନିଜେ ଖୋଦ ଡାକ୍ତରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଜଣେ ଡାକ୍ତର କେନ୍ଦ୍ରାପଡ଼ା ଆଳିରେ ଏକ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି । ଉଭୟଙ୍କର ବିବାହ ୨୦୨୧ରେ ହୋଇଥିଲା । ତେବେ ବିବାହର ଦୁଇ ବର୍ଷ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ତିବ୍ର ହେବା ପରେ ଡାକ୍ତର ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଘର ବାହାର ଗେଟ୍ ରେ ତାଲା ପକାଇଦେଲେ । ଏହି ବିଷୟରେ ପତ୍ନୀ ପରେ ଜାଣିବା ପରେ ସ୍ବାମୀଙ୍କୁ ଫୋନ୍ କରି ତାଲା ଖୋଲିବା ପାଇଁ କହିଥିଲେ ହେଲେ ସେ ଶୁଣିନଥିଲେ । ପ୍ରାୟ ୧୦ ଦିନ ଧରି ତାଲା ନଖୋଲିବାରୁ ସମ୍ପର୍କୀୟଙ୍କୁ କହି ଗେଟର ତାଲା ଖୋଲିବା ସହିତ ପୋଲିସକୁ ଜଣାଇଥି ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ।

ବର୍ତ୍ତମାନ ଶ୍ବଶୁର ଘର ଓ ସ୍ଵାମୀଙ୍କ ପକ୍ଷରୁ ଅନେକ ପ୍ରକାରର ଧମକ ମିଳୁଛି। ଏମିତିକି ଜୀବନ ପ୍ରତି ବିପଦ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ଅନେକ ମହିଳାଙ୍କ ସହ ସହ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ କରୁଥିବା ଜଣାପଡିଛି ।

Comments are closed.