Latest Odisha News

BREAKING NEWS

ସ୍ତ୍ରୀକୁ ମାରିବା ପାଇଁ ସ୍ୱୀମା ଦେଇଥିଲା ସୁପାରୀ, ୪ ଜଣ ଗିରଫ

ନୟାଗଡ଼: ସାତ ଜନ୍ମର ସାଥି ପାଲଟିଲା ସୈତାନ । ପରକୀୟ ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ପିଶାଚ ପାଲଟିଗଲା ସ୍ୱାମୀ । ସବୁଦିନ ପାଇଁ ସ୍ତ୍ରୀକୁ ନିଜ ରାସ୍ତାକୁ ହଟାଇ ଦେବାକୁ ଯୋଜନା କଲା । ଶେଷରେ ସୁପାରୀ କିଲର ଲଗାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ନୟାଗଡ଼ ଜିଲ୍ଲା ଶରଣକୁଳ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ ।

ଗତ ୨୯ ତାରିଖରେ ଶରଣକୁଳରେ ବଧୁହତ୍ୟା ଅଭିଯୋଗ ହୋଇଥିଲା । ମୃତକ ହେଲେ ସସ୍ମିତା ମହାପାତ୍ର । ଏହି ଘଟଣାର ତଦନ୍ତ କରି ପୋଲିସ ରହସ୍ୟର ଖିଅ ଖୋଜି ବାହାର କରିଛି । ଦୁଇ ସୁପାରୀ କିଲର ଓ ସେମାନଙ୍କର ସହଯୋଗୀଙ୍କୁ ପୋଲିସ ଗିରଫ କରାଯାଇଛି ।

ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଅକ୍ଷୟ ମହାପାତ୍ରଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ସ୍ୱାମୀର ପରକୀୟା ପ୍ରୀତିକୁ ସସ୍ମିତା ବିରୋଧ କରିବାରୁ ହତ୍ୟାକାଣ୍ଡ ହୋଇଥିଲା । ଘଟଣାର ଅଧିକ ଖୋଳତାଡ ଚାଲିଛି । ଗିରଫ ସୁପାରି କିଲରଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିବ ପୋଲିସ ।

Leave A Reply

Your email address will not be published.