Latest Odisha News

BREAKING NEWS

ଥାନାରେ ମହିଳାଙ୍କ ଅଜବ ଅଭିଯୋଗ: କାରଣ ଜାଣିଲେ ହସି ହସି ବେଦମ୍ ହେବେ

ଝାନ୍‌ସୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଯେଉଁଠାରେ ସାମାନ୍ୟ ମତଭେଦ ଥିଲେ ସମ୍ପର୍କ ନଷ୍ଟ ହୋଇଯାଏ । ସେହିପରି ଗୋଟେ ଝିଅ ଶାଶୁଘରେ ନିର୍ଯାତନାର ଶୀକାର ହେଲେ ଥାନାର ଦ୍ୱାରସ୍ଥ ହୋଇଥାଏ । କିନ୍ତୁ ଏମିତି ଜଣେ ମହିଳା ଅଜବ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ତାଙ୍କ ସ୍ୱାମୀକୁ ଗିରଫ କରାଯାଉ ବୋଲି ଦାବି ବି କରିଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଅଭିଯୋଗ ଜାଣିଲେ ଆପଣ ହସି ହସି ଗଢିଯିବେ ।

ଉତ୍ତରପ୍ରଦେଶର ଝାନ୍‌ସୀ ସହରରେ ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଆନ୍ତି ସତ । ହେଲେ ସେ କେବେ ବି ତାଙ୍କ ପାଇଁ ଗୋଟେ ଗୀତ ଗାଇନାହାନ୍ତି । ଗୀତ ଗାଇବାକୁ କହିଲେ ବି ସେ ତାଙ୍କ କଥା ଶୁଣୁନାହାନ୍ତି । ଏହାକୁ ନେଇ ସେ ଦୁଃଖ କଲେ ବି ତାଙ୍କର କୌଣସି ଫରକ ପଡ଼େ ନାହିଁ । ଏହି ଦୁଃଖ ଅସହ୍ୟ ହେବାରୁ ସେ ଥାନାର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି । ସଙ୍ଗେ ସଙ୍ଗେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଥାନାକୁ ଡ଼ାକି ପଚରା ଉଚରା କରିଲା । ସମ୍ପର୍କ ବଞ୍ଚାଇବା ଓ କ୍ରୋଧିତ ପତ୍ନୀଙ୍କୁ ଶାନ୍ତ କରିବାକୁ ଯାଇ ବିଚରା ସ୍ୱାମୀ ଜଣକ ଥାନାରେ ଗୀତ ଗାଇବା ଆରମ୍ଭ କରିଥିଲେ । ନିଜ କୋଳରେ ପତ୍ନୀଙ୍କୁ ଧରି ଏମିତି ଗାଇଲେ ଯେ, ଥାନାରେ ଉପସ୍ଥିତ କର୍ମଚାରୀମାନେ ଏହି ଦୃଶ୍ୟ ଉପଭୋଗ କରିବା ସହ ହସିବାକୁ ଆରମ୍ଭ କରିଥିଲେ । ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଆଖିରେ ଲୁହ ଆସିଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.