Latest Odisha News

ମୋଗଲ କାଳର ଶେଷ ସ୍ମାରକୀ ଏବେ ସାଜିଛି ଭୂତ ବଙ୍ଗଳା

ନୂଆଦିଲ୍ଲୀ: ଦିଲ୍ଲୀରେ ଏ ଭଳି ଅନେକ ସ୍ମାରକୀ ଅଛି ଯାହାକି ଲୋକ ଲୋଚନକୁ ଆସିପାରି ନାହିଁ । ଇତିହାସରେ ଏହାର ଗୁରୁତ୍ୱ ରହିଛି । ମହରୌଲରେ ଥିବା ଜୀନତ ମହଲ ମୋଗଲ ସାମ୍ରାଜ୍ୟର ଶେଷ ବଙ୍ଗଳା କହିଲେ ଭୁଲ ହେବନି । ଏବେ ଏହା ଭୂତ ବଙ୍ଗଳା ସାଜିଛି । ଏହାର ଆଖପାଖକୁ ଯିବା ପାଇଁ ମଧ୍ୟ ଲୋକେ ଭୟ କରୁଛନ୍ତି । ଏହାକୁ ସାମ୍ରାଜ୍ୟର ଶେଷ ବାଦଶାହ ବାହାଦୂର ଶାହ ଜାଫର ତାଙ୍କ ପତ୍ନୀଙ୍କ ପାଇଁ ସେ ସମୟରେ ଏହି ଭବ୍ୟ ମହଲର ନିର୍ମାଣ କରାଇଥିଲେ । ସେଥିପାଇଁ ଏହାକୁ ଜୀନତ ମହଲ କୁହାଯାଏ । ୧୮୪୦ରେ ଜାଫର ଓ ଜୀନତଙ୍କ ନିକାହ ହୋଇଥିଲା ।

BjdElectrycity

ଏହାର ୪ ବର୍ଷ ପରେ ଏହି ବଙ୍ଗଳା ସେ ତିଆରି କରାଇଥିଲେ । ସେ ସମୟରେ ମହରୌଲରେ ମୋଗଲଙ୍କ ପ୍ରାଧାନ୍ୟ ରହିଥିଲା । ଏପରିକି ମହଲ ମଧ୍ୟରେ ପ୍ରବେଶ କଲେ ସଙ୍ଗୀର ମୂର୍ଚ୍ଚନା ଭାସି ଆସେ । ରେ ଜୀନତଙ୍କ ପରଲୋକ ହେବା ପରେ ଜାଫରଙ୍କ ଏଠାକୁ ଆସିବା କମି ଯାଇଥିଲା । ପରେ ଇଂରେଜମାନେ ଏହାକୁ କବଜା କରି ନେଇଥିଲେ । ୧୮୫୭ ସିପାହୀ ବିଦ୍ରୋହ ବେଳକୁ ବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିଲା । ଇଂରେଜମାନେ ମୃତ ବ୍ୟକ୍ତିଙ୍କ ଶବକୁ ଏହି ବଙ୍ଗଳାରେ ଥିବା କୂଅ ମଧ୍ୟରେ ପକାଇ ଦେଉଥିଲେ । ଧିରେ ଧିରେ ଏହା ଶବଘର ହୋଇ ଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଭୂତପ୍ରେତ ବାସ କରୁଛନ୍ତି । । ରାତି ହୋଇଗଲେ ବିଭିନ୍ନ ପ୍ରକାରା ଶବ୍ଦ ଓ ଚିତ୍କାର ଶୁଭିଥାଏ । ଏହି ଅଂଚଳରେ କୁତବମୀନାର, ବଖତିୟାର କାକିଙ୍କ ଦରଗାହ ଓ କାଲକା ମନ୍ଦିର ପରି ପ୍ରମୁଖ ପର୍ଯ୍ୟଟକ ସ୍ଥଳୀ ଥିଲେ ମଧ୍ୟ ଏହି ବଙ୍ଗଳା ବିଷୟରେ ବହୁତ କମ ଲୋକ ଜାଣନ୍ତି ।

Leave A Reply

Your email address will not be published.