Latest Odisha News

BREAKING NEWS

ରାମ୍ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି, ଏମିତି କିଛି କହିଲେ ମନୋଜଙ୍କ ପତ୍ନୀ

ଭୁବନେଶ୍ୱର,: ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ର ମୁହଁ ଖୋଲିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ ସାମାନ୍ୟ କଳିକୁ ନେଇ ଓଡିଶାକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟର ଲୋକ ବୋଲି କହି ତାଙ୍କୁ ଉଚିତ ଶିକ୍ଷା ମିଳୁ ବୋଲି କହିଛନ୍ତି ମାନା ।

ମଙ୍ଗଳବାର ମାନା ଗଣମାଧ୍ୟମରେ ମତ ଦେଇ କହିଛନ୍ତି, ବର୍ତ୍ତମାନ ଯାହାସବୁ ହେଉଛି, ତାକୁ ମୁଁ ପସନ୍ଦ କରୁନି । ସମସ୍ତେ ହେଉଛନ୍ତି କଳାକାର । ବ୍ୟାନ ହେବା କଥା ନୁହେଁ । ସେ ମୁମ୍ବାଇରେ କାମ କରୁଥିଲେ । ଏବେ ଏଠାରେ କାମ କରୁଛନ୍ତି । ସେ ଓଡ଼ିଶା ଇଣ୍ଡଷ୍ଟ୍ରିରେ କାମ କରି ବହୁ ନାଁ କରିଛନ୍ତି । କିଛି ବ୍ୟକ୍ତିଗତ ରାଗ ପାଇଁ ମନୋଜଙ୍କୁ ବ୍ୟାନ କରାଯାଇଛି । ଜିତୁ ମଙ୍ଗରାଜ ହୁଅନ୍ତୁ ବା ଜିତୁ ରାଉତ ହୁଅନ୍ତୁ, ସେମାନେ ଯାହା କହିଛନ୍ତି, ତାହାର ଉତ୍ତର ମନୋଜ ଦେଇ ପାରିଥାଆନ୍ତ । ଯଦି ତୁମେ ଭଲ ଲୋକ, ତାହାହେଲେ ସେମାନଙ୍କ ଆରୋପର ଜବାବ ଦେଇଦିଅ ।

କିନ୍ତୁ ତାହା ନ କରି ‘ରାମ’ ଫିଲ୍ମକୁ ବ୍ୟାନ କରିବା କଥା ନୁହେଁ । ଯେଉଁମାନେ ବ୍ୟାନ ପାଇଁ ପୋଷ୍ଟର ଧରିଛନ୍ତି, ସେମାନେ ଚିହ୍ନା ପରିଚିତ । ଏଥିରୁ ଜଣାପଡ଼ୁଛି, ମନୋଜଙ୍କ ସମ୍ପୃକ୍ତି ଥାଇପାରେ । ତାହା ନହେଲେ ମୋର ଜଣେ କାକା ଶ୍ୱଶୁର (ଭକ୍ତ କାକା) କାହିଁକି ପୋଷ୍ଟର ଧରି ଛିଡ଼ା ହୋଇଛନ୍ତି । ଫିଲ୍ମକୁ ନେଇ ଶତ୍ରୁତା, ଝଗଡ଼ା ଓ ଶୋ’ବାଜି କରିବା ନିହାତି ଖରାପ କଥା ବୋଲି ମାନା କହିଛନ୍ତି । ମନୋଜଙ୍କ ଉଦ୍ଦେଶ୍ୟରେ ମାନା କହିଛନ୍ତି, ରାମଫିଲ୍ମକୁ ବ୍ୟାନ କରିବାର ଅଧିକାର ତୁମର ନାହିଁ । ତୁମେ ମାଇଣ୍ଡ ଗେମ ଫିଲ୍ମକୁ ଆଗକୁ ନେଉନ । ସବୁ ହଲ୍‌ରେ ପକାଇବାକୁ ଚେଷ୍ଟା କର । ସମସ୍ତେ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରିଛନ୍ତି ।

Leave A Reply

Your email address will not be published.