Latest Odisha News

BREAKING NEWS

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ କରିବେ ନବୀନ

କଳାହାଣ୍ଡି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦ୍ଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ସବମୁଖର ହୋଇଉଠିଛି ବିଜେଡି ଶିବିର ଏବଂ ଜିଲ୍ଲାବାସୀ। କାରଣ ପ୍ରତିଷ୍ଠା ଦିବସରରେ କଳାହାଣ୍ଡିବାସୀଙ୍କୁ ପ୍ରାୟ ୧୨୦୦କୋଟି ଟଙ୍କାର ଭେଟି ଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ୧୧.୩୦ରେ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ମେଡିକାଲ କଲେଜର ଅଡିଟୋରିଅମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କରିବା ପରେ ଦୁଇ ଜଣ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିବେ। ସେଠାରୁ ମୁଖ୍ୟମନ୍ତ୍ରୀ ଏକ ରୋଡ୍‌ ସୋ’ରେ କଳାହାଣ୍ଡି ୟୁନିଭରସିଟି ଗ୍ରାଉଣ୍ଡକୁ ଯିବେ।

ମେଡିକାଲ କଲେଜ ପରିସରରେ ଉଦଘାଟନୀ ସଭା ସମାପ୍ତ ପରେ ୧୧.୫୫ ମିନିଟରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ। ଅପରାହ୍ନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଲକ୍ଷ୍ମୀ ବସ୍‌ର ଶୁଭ ଉଦଘାଟନ କରିବେ। ଏହାସହ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.