Latest Odisha News

BREAKING NEWS

ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞାଦେବୀଙ୍କ ପରଲୋକ

ଭୁବନେଶ୍ୱର: ସୁଲେଖିକା ତଥା ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞାଦେବୀଙ୍କ ବୁଧବାର ରାତିରେ ପୁଡୁଚେରୀଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା ।

ସାରସ୍ୱତ ସାଧିକା ପ୍ରତିଜ୍ଞାଦେବୀ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କୁ ସେ ବିବାହ କରିବା ପରଠାରୁ ତାଙ୍କ ସହିତ ପୁଡ଼ୁଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ରହୁଥିଲେ । ସେ ଥିଲେ କୁଜଙ୍ଗର ରାଜା ନାରାୟଣ ବୀରବର ସାମନ୍ତ ଏବଂ ରାଣୀ ରତ୍ନମାଳା ଜେମାଙ୍କ ସୁକନ୍ୟା ।

ଜଣେ ଉଚ୍ଚକୋଟୀର ଲେଖିକା ଭାବେ ସ୍ୱର୍ଗତାଃ ପ୍ରତିଜ୍ଞାଦେବୀଙ୍କର ବେଶ୍ ସୁନାମ ରହିଛି । ଲୋକପ୍ରିୟ ଶିଶୁ-କିଶୋର ପତ୍ରିକା ‘ଜହ୍ନମାମୁଁ’ର ଓଡ଼ିଆ ସଂସ୍କରଣକୁ ଲୋକାଭିମୁଖୀ କରିବାରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଥିବା କଥା ସମସ୍ତେ ଜାଣନ୍ତି ।

ତାଙ୍କର ମୃତ୍ୟୁରେ ସମଗ୍ର କୁଜଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଭାଇ ବିଶ୍ୱମ୍ଭର ସାମନ୍ତ ଓ ଭଉଣୀ ଡ଼ାଃ ବାଣୀ ସାମନ୍ତ ତଥା ପୁତୁରା ଡ଼ଃ ସିଦ୍ଧାର୍ଥ ଦାସ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.