Latest Odisha News

BREAKING NEWS

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ଆରମ୍ଭ, ପୃଥ୍ୱୀ ସ’ ଖେଳିବେ ପ୍ରଥମ ଟେଷ୍ଟ ମ୍ୟାଚ୍

ରାଜକୋଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟେଷ୍ଟ ସିରିଜର ଆଜି ଖେଳାଯିବ ପ୍ରଥମ ଟେଷ୍ଟମ୍ୟାଚ ।

ଆଜି ଅନୁଷ୍ଠିତ ହେଉଥିବା ଏହି ଟେଷ୍ଟ ମ୍ୟାଚରେ ୧୮ ବର୍ଷୀୟ ଉଦୀୟମାନ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ’ ନିଜର ଟେଷ୍ଟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ।

କପ୍ତାନ ବିରାଟ କୋହଲି ଘରୋଇ ପିଚ୍ ରେ ଏହି ମ୍ୟାଚ ଜିତି ସିରିଜ ଜିତିବାକୁ ଚେଷ୍ଟା କରିବେ । ସେପଟେ ଇଣ୍ଡିଜ୍ କ୍ୟାପଟେନ ଜାସନ୍ ହୋଲ୍ଡର୍ ଭାରତରେ ଭାରତକୁ ପରାସ୍ତ କରି ଦଳକୁ ଏକ ନୂଆ ଦିଶା ଦେଖାଇବାକୁ ପ୍ରଚେଷ୍ଟା କରିବେ ।

ଆଇସିସି ଟେଷ୍ଟ ର‌୍ୟାଙ୍କିଂର ନଂ ୧ ଦଳ ହେଉଛି ଭାରତ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ର‌୍ୟାଙ୍କିଂର ୮ମ ସ୍ଥାନରେ ରହିଛି । ତେବେ ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ସମସ୍ତ ମ୍ୟାଚ ଜିତିବାକୁ ସାଧ୍ୟମତେ ଚେଷ୍ଟା କରିବ ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ୍ ସହିତ ଘରୋଇ ସିରିଜ ସମାପ୍ତ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ ।

ତେଣୁ ଏହି ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ନିଜର ମନୋବଳ ବୃଦ୍ଧି କରିାବାକୁ ଚେଷ୍ଟା କରିବ ।

ଭାରତୀୟ ଟେଷ୍ଟ ଦଳରେ ଆଜିର ଏହି ମ୍ୟାଚରେ ମୁମ୍ବାଇ ଓପନର୍ ପୃଥ୍ୱୀ ସ’ ନିଜ ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ ।

ପୂର୍ବରୁ ପ୍ରଥମଶ୍ରେଣୀ ମ୍ୟାଚରେ ପୃଥ୍ୱୀ ଅନେକ ରେକର୍ଡ଼ ହାସଲ କରି ଭାରତୀୟ କ୍ରିକେଟରେ ଚର୍ଚ୍ଚିତ ହୋଇଛନ୍ତି । ଅବଶ୍ୟ କ୍ରିକେଟ ଜଗତରେ ପୃଥ୍ୱୀ ବିଶେଷ ଜଣାଶୁଣା ନହେଲେ ମଧ୍ୟ ଜଣେ ଉଚ୍ଚକୋଟୀର ରକ୍ଷଣଭାଗ ବ୍ୟାଟ୍ସମ୍ୟାନ ।

ଭାରତୀୟ ଦଳରେ ମଧ୍ୟ ୱିକେଟ ରକ୍ଷକଭାବେ ଋଷଭ ପନ୍ଥ କିପିଂ ସମ୍ଭାଳିବେ । ସେହିପରି ବୋଲିଂ ବିଭାଗର ଦାୟିତ୍ୱ ମହମ୍ମଦ ସାମି, ଉମେଶ ଯାଦବ, ରବିଚନ୍ଦ୍ର ଅଶ୍ୱୀନ, ରବିନ୍ଦ୍ର ଜାଦେଜା ଏବଂ କୁଲଦୀପ ଯାଦବଙ୍କ ଉପରେ ନ୍ୟସ୍ତ ରହିଛି ।

ୱେଷ୍ଟଇଣ୍ଡିଜ ଦଳରେ ଅଧି୍ନାୟକ ଜାସନ ହୋଲ୍ଡରଙ୍କ ଛଡ଼ା ସୁନୀଲ ଅମ୍ବରୀଶ, ଦେବେନ୍ଦ୍ର ବିଶୁ, କ୍ରେଗ୍ ବ୍ରାଥୱେଟ, ସାଇ ହୋପ, କେମର୍ ରୋଚ୍ ତଥା ସେନ୍ ଦାଓରିଚଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ୱେଷ୍ଟଇଣ୍ଡିଜ ବୋଲିଂ ବିଭାଗରେ ବେଶ୍ ଶକ୍ତିଶାଳୀ ଥିବାବେଳେ ଦଳର ବ୍ୟାଟିଂ ଭାରତ ଅପେକ୍ଷା ଦୁର୍ବଳ । ବୋଲର୍ ମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବିଶାଳ ସ୍କୋର ନକରାଇ ଦେବାକୁ କୌଶଳ ପ୍ରୟୋଗ କରିବେ ।

Leave A Reply

Your email address will not be published.