Latest Odisha News

ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଧରିଲେ ପତ୍ନୀ, ତା’ପରେ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ପରିକୀୟ ପ୍ରୀତି ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଦେଖିବା ପରେ ଫେସବୁକରେ ଭିଡିଓ ଲାଇଭ୍ କରି ଦେଇଥିଲେ । ଯାହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଚାପୁଡ଼ା ମାରିବା ସହ ବିଚଳିତ ହୋଇ ଗୁଳି କରି ଦେଇଥିଲେ ।

ଏସବୁ ସିସିଟିଭିରେ ରେକର୍ଡ ହୋଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ଅଭଯୁକ୍ତ ଜଣଙ୍କ ଡ୍ରଗ୍ସ ସିଣ୍ଡିକେଟ୍ ସହ ଜଡ଼ିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦକ୍ଷିଣ ଥାଇଲାଣ୍ଡର ନଖୋନ ସିର ୨୭ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କୁ ଅନ୍ୟ ୩ ମହିଳାଙ୍କ ସହ କାବୁ କରି ନେଇଥିଲେ ।

ଯାହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଝଗଡ଼ା ହୋଇଥିଲା । ଏହାପରେ ରାଗି ଯାଇ ସ୍ୱାମୀ, ସ୍ତ୍ରୀକୁ ଗୁଳି କରିଥିଲେ । ପୋଲିସ ସ୍ୱାମୀଙ୍କୁ ଗିରଫ କରିବା ସହ ମୃତ ମହିଳାଙ୍କ ଫେସବୁକ ଲାଇଭ୍ ଭିଡିଓକୁ ପ୍ରମାଣ ଆକାରରେ ନେଇଛି ।

Leave A Reply

Your email address will not be published.