ସାପ ଏପରି ଏକ ପ୍ରାଣୀ ଯାହାକୁ ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ଏମିତି କି ଟିଭି ପରଦାରେ ଦେଖିଲେ ବି ଭୟ ଆସିଥାଏ । ଥରେ ଭାବନ୍ତୁ ଯେ, ଯଦି ଆପଣଙ୍କ ସାମ୍ନାରେ ମାଳ ମାଳ ସାପ ବୁଲୁଛନ୍ତି ତେବେ ଆପଣଙ୍କ ଅବସ୍ଥା କ’ଣ ହେବ । ଯେତେ ସାହସୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଏଭଳି ପରିସ୍ଥିତିର ସାମ୍ନା କଲେ କ’ଣ ହୁଏ ସେ କଥା ଅନୁଭବି ହିଁ ଜାଣେ । କିନ୍ତୁ ଜଣେ ମହିଳା ସାପ ସହିତ ଏପରି ଖେଳୁଛନ୍ତି ଯେମିତି କି ସେମାନେ ତାଙ୍କ ପରିବାରର ଜଣେ ଜଣେ ଶୃଙ୍ଖଳିତ ସଦସ୍ୟ । ଘରର ଚାରିଆଡ଼େ ବୁଲୁଛନ୍ତି, ମାଲିକାଣୀ ସହ ଖେଳୁଛନ୍ତି । ହେଲେ କାହାର କିଛି କ୍ଷତି କରୁ ନାହାନ୍ତି । ଏମିତି ସାପଙ୍କ ସହ ଖେଳୁଥିବା ମହିଳାଙ୍କ କିଛି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଘୁରି ବୁଲୁଛି । ଲୋକମାନେ ବି ଏହାକୁ ଜବରଦସ୍ତ ଲାଇକ୍ କରୁଛନ୍ତି ।
ସୁନୀତା ବାଇ ନାମକ ଜଣେ ମହିଳା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡ଼ିଓ ଓ ଫଟୋ ସେୟାର କରିଛନ୍ତି । ଭିଡିଓରେ ମହିଳା ଜଣକ କମ୍ବଳ ଘୋଡ଼େଇ ହୋଇ ଶେଯ ଉପରେ ବସିଛନ୍ତି । ଦୁଇଟି ସାପକୁ କୋଳରେ ଧରି ଗେଲ କରୁଛନ୍ତି ଓ ଖେଳୁଛନ୍ତି । ଦୁଇଟି ଯାକ ସାପ ତାଙ୍କ ଉପରେ ଚଢି ଖେଳୁଛନ୍ତି । କେତେବେଳେ ତଳକୁ ଖସି ପଡ଼ୁଛନ୍ତି ଓ ପୁଣି ଉପରକୁ ଉଠୁଛନ୍ତି । ଏହା ଏକମାତ୍ର ଭିଡିଓ ନୁହେଁ ଯେଉଁଥିରେ ମହିଳା ଏହା କରୁଛନ୍ତି । ଅନ୍ୟ ଏକ ଭିଡିଓରେ ମଧ୍ୟ ସେ ଏକ ଖଟ ଉପରେ ଶୋଇ ସାପ ସହିତ ଖେଳୁଛନ୍ତିି । ସେଥିମଧ୍ୟରେ କୋବ୍ରା ଭଳି ବିଷଧର ସାପ ବି ରହିଛି । ତାଙ୍କ ହାବଭାବରୁ ଜଣାପଡୁଛି ଯେ ସେ ସାପକୁ ଆଦୌ ଭୟ କରନ୍ତି ନାହିଁ । ଆଉ ସାପମାନେ ତାଙ୍କ ଘରର ସଦସ୍ୟ ଭଳି ବ୍ୟବହାର ଦେଖାଉଛନ୍ତି ।
ମହିଳାମାନଙ୍କର ଏହି ଭିଡିଓ ଦେଖିବା ପରେ, ନିଶ୍ଚୟ ଆପଣ ଭାବିବେ ଏ ମହିଳା ଜଣକ କାହିଁକି ସାପଗୁଡ଼ିକର ଏଭଳି ନିକଟତର ହୋଇପାରିଛି । ତାର କାରଣ ଜଣାନାହିଁ । କିନ୍ତୁ ଇତିମଧ୍ୟରେ ଏହି ଭିଡ଼ିଓ ୧୭ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ।
Comments are closed.