Latest Odisha News

BREAKING NEWS

ବାଲୁଖଣ୍ଡ ଓ ଚିଲିକା ବନଖଣ୍ଡରେ ସୁରକ୍ଷିତ ନୁହଁନ୍ତି ଜଙ୍ଗଲୀ ପ୍ରାଣୀ, ୪ ବର୍ଷରେ ଯାଇଛି ଏତିକି ଜୀବନ..

ପୁରୀ: ପୁରୀ ବାଲୁଖଣ୍ଡ ଜଙ୍ଗଲ ହେଉ କି ସେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଏବେ କୋଉଠି ବି ସୁରକ୍ଷିତ ନୁହଁନ୍ତି ବନ୍ୟ ଜନ୍ତୁ ମାନେ । ଏହା ଆମେ କହୁନାହୁଁ ସରକାରୀ ତଥ୍ୟରେ ପ୍ରକାଶ ପାଇଛି । ଗତ ୪ ବର୍ଷର ସରକାରୀ ତଥ୍ୟ ଅନୁସାରେ, ୪ ବର୍ଷରେ ୩୬ ମୃଗ ଓ ୬ କୃଷ୍ଣସାର ମୃଗଙ୍କ ଜୀବନ ଯାଇଛି । ସେହିପରି, ଚଳିତ ବର୍ଷ ୬ଟି ଡଲଫିନଙ୍କ ଜୀବନ ଯାଇଥିବାବେଳେ, ୪ ବର୍ଷରେ ୩୨ଟି ଡଲଫିନଙ୍କ ମୃତ୍ୟୁ ହୋଇଛି ।

୨୦୨୪-୨୫ରେ ଦୁର୍ଘଟଣାରେ ୧ ଗାଡ଼ ଭାଲୁ, ୧ ମାଙ୍କଡ଼ଙ୍କ ମୃତ୍ୟୁ ହୋଇଛି । ଗୋଟିଏ କୃଷ୍ଣସାର ମୃଗର ମୃତ୍ୟୁ ରୋଗରେ ଓ ୩ କୃଷ୍ଣସାର ମୃଗଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅର୍ଥାତ୍ ଏହି ବର୍ଷ ୫ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣା ଓ ରୋଗରେ ଗୋଟିଏ ଲେଖାଏଁ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ମୃଗଙ୍କ ମୃତ୍ୟୁ ଅସ୍ପଷ୍ଟ ଦର୍ଶାଯାଇଛି । ଗୋଟିଏ ହେଟା ବାଘର ମୃତ୍ୟୁ ସଡ଼କ ଦୁର୍ଘଟଣାରେ ଓ ଗୋଟିଏ ବିଲୁଆର ମୃତ୍ୟୁ ଅସ୍ପଷ୍ଟ ରହିଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଶିକାର, ଗୋଟିଏ ଦୁର୍ଘଟଣାରେ ଓ ଗୋଟିଏ ମୃଗର ମୃତ୍ୟୁ ରୋଗରେ ହୋଇଥିବା ବେଳେ ୮ ମୃଗଙ୍କ ମୃତ୍ୟୁ ହୋଇଛି ଯାହାର କାରଣ ଅସ୍ପଷ୍ଟ ରହିଛି । ଚଳିତ ବର୍ଷ ମୋଟ ୧୧ ମୃଗଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ଗୋଟିଏ ମାଛରଙ୍କା ବିଲେଇର ମୃତ୍ୟୁ ରୋଗରେ ଓ ଗୋଟିଏର ମୃତ୍ୟୁ ଅସ୍ପଷ୍ଟ ରହିଛି । ବିଦ୍ୟୁତ୍ ଆଘାତରେ ଗୋଟିଏ ମାଙ୍କଡ଼ର ଓ ୩ ମାଙ୍କଡ଼ଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି ।

ସେହିପରି, ୨୦୨୧-୨୨ରେ ଗୋଟିଏ ମୃଗ ଶିକାର ହୋଇଥିବା ବେଳେ ଗୋଟିଏର ପ୍ରାକୃତିକ ମୃତ୍ୟୁ ହୋଇଛି । ଚଳିତବର୍ଷ ପ୍ରାକୃତିକ କାରଣ ନିମନ୍ତେ ୩ ବାର୍ହା, ଶିକାର ଯୋଗୁଁ ଗୋଟିଏ ସମ୍ବର ଓ ପ୍ରାକୃତିକ କାରଣ ନିମନ୍ତେ ୨ ସମ୍ବର, ଶିକାର ଯୋଗୁଁ ୪ କୁଟୁରା ଓ ପ୍ରାକୃତିକ କାରଣ ନିମନ୍ତେ ୧ କୁଟୁରାଙ୍କ ମୃତ୍ୟୁ ହୋଇଛି ।

ସେହିପରି ଚିଲିକାରେ ୧ କୁଟୁରା, ୬ ଡଲଫିନ୍, ୨ ମାଛରଙ୍କା ବିଲେଇ, ୧ ବିଲୁଆ, ୧ ମାଙ୍କଡ଼, ୩ ମୟୂରଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଦର୍ଶାଯାଇଛି ।

ଏହିବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ୨ ମାଙ୍କଡ଼, ଗୋଟିଏ ଲେଖାଏଁ କୁଟୁରା, ମାଛରଙ୍କା ବିଲେଇ, ଭଣଭୁଆଙ୍କ ମୃତ୍ୟୁ ରୋଗରେ ହୋଇଥିବା ବେଳେ ୧ କୃଷ୍ଣସାର ମୃଗର ମୃତ୍ୟୁ କରଣ ଅସ୍ପଷ୍ଟ ରହିଛି । ସେହିପରି ୬ ଡଲଫିନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ରୋଗରେ ଓ ୪ କାରଣ ଅସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.