Latest Odisha News

BREAKING NEWS

NIT Rourkela: NIT କ୍ୟାମ୍ପସରେ ହାତୀ,ଭୟରେ ଛାତ୍ରଛାତ୍ରୀ

ରାଉରକେଲା: ମଙ୍ଗଳବାର ସକାଳେ ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା ପାଇବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହେଇଛି।

ଏନ.ଆଇ.ଟି କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଛାତ୍ରଛାତ୍ରୀଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏପଟେ ରାଉରକେଲା ବନ ବିଭାଗର ଏକ ବିଶେଷ ଟିମ୍‌ ଏନ.ଆଇ.ଟି ପରିସରରେ ଉପସ୍ଥିତ ରହି ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ।

DFO ଆଶ୍ୱାସନା ଦେଇଛନ୍ତି ଯେ ଆତଙ୍କର କୌଣସି କାରଣ ନାହିଁ । ହାତୀମାନଙ୍କର ଗତିବିଧି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।

ଅନ୍ୟପଟେ ଜାମସେରା ଗାଁରେ ୨୧ଟି ହାତୀ ପହଞ୍ଚିଛନ୍ତି ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଥାଉକି, ବିଶ୍ରା ବ୍ଲକ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତ ରିଜର୍ଭ ଫରେଷ୍ଟରେ ଗତକାଲି ପ୍ରବେଶ କରିଥିଲେ ୨୬ଟି ଜଙ୍ଗଲି ହାତୀ । ଆଜି ସକାଳେ ଦୁଇ ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ଦିଗକୁ ଗତି କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷତି ସମ୍ବନ୍ଧୀୟ ଖବର ମିଳିନାହିଁ ।

Leave A Reply

Your email address will not be published.