Latest Odisha News

BREAKING NEWS

ଦିନ ହେଲେ ଲୁୁଚୁଛି, ରାତି ହେଲେ ବାହାରୁଛି; ଦନ୍ତା ହାତୀକୁ ନେଇ ରକାଳ ଗାଁରେ ଭୟ

ଢେଙ୍କାନାଳ: ରକଳା ଗାଁକୁ ହାତୀ ଆକ୍ରମଣ କରିବାର ଭୟ। ଗାଁ ନିକଟରେ ଥିବା ଏକ ବାଉଁଶ ବୁଦାମୂଳରେ ଏକ ଦନ୍ତାହାତୀ ଆଶ୍ରୟ ନେଇଛି। ଦିନ ବେଳା ଏହା ଲୁଚି ରହୁଥିବା ବେଳେ ସନ୍ଧ୍ୟା ହେଲେ ଏହା ବାହାରକୁ ବାହାରି ଆସୁଛି। ଯାହା ଗ୍ରାମବାସୀଙ୍କୁ ଆତଙ୍କିତ କରିଦେଇଛି। ଏମାନେ ଏତେ ଭୟଭୀତ ହୋଇପଡିଛନ୍ତି ଯେ, ଦିନରେ ବି ଗାଁକୁ ଯିବା ଆସିବା ବନ୍ଦ କରି ଦେଇଛନ୍ତି।

ବନ ବିଭାଗ ପକ୍ଷରୁ ଗାଁକୁ ସହାୟତା ପାଇଁ ଏକ ଟିମ୍ ପଠାଯାଇଛି। ସେମାନେ ଜଙ୍ଗଲୀ ହାତୀକୁ ଗାଁ ବାହାରେ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କ ଉଦ୍ୟମ ଏଯାଏଁ ସଫଳ ହୋଇନାହିଁ। ଦାୟିତ୍ୱରେ ଥିବା ହିନ୍ଦୋଳ ରେଞ୍ଜର ହାତୀ ଅସୁସ୍ଥ ଥିବା ଉଲ୍ଲେଖ କରିଛନ୍ତି। ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ କରିବା ଆବଶ୍ୟକ। ଏହି ସମୟରେ ରକ୍ତ ନମୁନା ସଂଗ୍ରବ କରିବା ଆବଶ୍ୟକ। ଏହି ରକ୍ତ ନମୁନାକୁ ପରୀକ୍ଷା ପଠାଯିବ। ଦେଲେ ହାତୀ କାହିଁକି ଅସୁସ୍ଥ ହୋଇଛି ଜାଣି ହେବ ବୋଲି ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇ ହେବ ବୋଲି କହିଛନ୍ତି।

ନିକଟରେ ମୟୂରଭଞ୍ଜ ଜିଲ୍ଲା ଡୁମୁରିଆ ଗାଁକୁ ହାତା ପଲ ପଶି ଆସିଥିଲା। ହାତୀକୁ ଦେଖି ଭୟଭୀତ ଥିଲେ ଲୋକେ। ଏହାପରେ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ନିଆଁହୁଳା ବ୍ୟବହାର କରିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କଲେ ହାତୀର ଜୀବନ ପ୍ରତି ବିପଦ ରହିବ ବୋଲି ଆଶଙ୍କା ଦେଖାଦେଇଥିଲା। ଏହାପରେ ବନ ବିଭାଗର କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଦିଆଯାଇଛି।

Comments are closed.