Latest Odisha News

୧୩ ବର୍ଷର ଉଦୀୟମାନ ମୋଟର ସାଇକେଲ ରେସଲରଙ୍କ ଦୁର୍ଘଟଣାରେ ପରଲୋକ

ମାଡ୍ରାସ: କୋପ୍ପାରାମ ଶ୍ରେୟାଶ ହରୀଶ ନାମକ ଏକ ୧୩ ବର୍ଷୀୟ ଉଦୀୟମାନ ମୋଟର ସାଇକେଲ ରେସରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଜାତୀୟ ମୋଟର ସାଇକେଲିଂ ରେସିଂ ଚାମ୍ପିୟନଶିପରେ ସେ ଅଂଶଗ୍ରହଣ କରିଥିଲେ । ପୋଲ ପୋଜିଶନରେ ଥିବା ହରୀଶଙ୍କ ମୋଟର ସାଇକେଲ ଅନ୍ୟ ଜଣେ ରେସରଙ୍କ ସହ ଧକ୍କା ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ ମାଡ ହୋଇ ଯାଇଥିଲା ।

ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଏହି ରେସକୁ ଦିନକ ପାଇଁ ବନ୍ଦ ରଖା ଯାଇଥିଲା । ବାଙ୍ଗାଲୋରର କେନସରୀ ସ୍କୁଲରେ ପଢ଼ୁଥିବା ହରୀଶ ଜାତୀୟସ୍ତରରେ ଅନେକ ରେସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟ ହାସଲ କରିଥିଲେ । ଚଳିତ ବର୍ଷ ମୋଟରସ୍ପୋର୍ଟରେ ଏହା ଦ୍ୱିତୀୟ ବଡ ଦୁର୍ଘଟଣା । ଜାନୁୟାରୀରେ ୫୯ ବର୍ଷୀୟ କେଇ କୁମାରଙ୍କ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.