ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୫ରେ କ୍ୟାରିୟରର ଶେଷ ଆଇପିଏଲ ଖେଳିବାକୁ ଯାଉଥିବା ଅନୁମାନ କରାଯାଉଛି । ଧୋନୀ ଦଳ ସହିତ ଯୋଗ ଦେବାପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ସେ ପିନ୍ଧିଥିବା ଟି ସର୍ଟକୁ ନେଇ ଏହି ଆଲୋଚନା ଜୋର ଧରିଛି । ଏଥିରେ କୋଡ ରୂପରେ ଏକ କ୍ରିପ୍ଟିକ ମେସେଜ ରହିଛି । ପ୍ରଶଂସକମାନେ ଏହାକୁ ଡିକୋଡ କରିଛନ୍ତି । ଏହାର ଅର୍ଥ ଏକ ଆଖିର ବାର( ୱାନ ଲାଷ୍ଟ ଟାଇମ) ଉଲ୍ଲେଖ ରହିଛି । ଏଥିରୁ ଧୋନୀ କ୍ୟାରିୟରର ଶେଷ ଆଇପିଏଲ ଖେଳିବେ ବୋଲି ଅନୁମାନ କରାଯାଉଛି ।
ସେ ନିକଟରେ ହଟଷ୍ଟାର ଷ୍ଟୁଡିଓରେ ଅଭିନେତା ସନୀ ଦେଓଲଙ୍କ ସହ ଭାରତ-ପାକିସ୍ତାନ ମ୍ୟାଚ ଉପଭୋଗ କରୁଥିଲେ । ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଫିଟ ରହିବା ଏବଂ ଆଇପିଏଲରେ ଖେଳିବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡୁଛି । କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଏବେ ବି ଏହାର ମୋହରୁ ବାହାରି ପାରୁ ନାହିଁ ବୋଲି ଭାରତର ଏହି ସଫଳ ଅଧିନାୟକ ଜଣଙ୍କ କହିଛନ୍ତି ।
Comments are closed.