ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପ୍ରେମିକ ଆଫତାବର ପିଲିଗ୍ରାଫ ଟେଷ୍ଟ ଚାଲିଛି । ରୋହିଣୀ ସେକ୍ଟର-14 ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଆଫତାବର ପଲିଗ୍ରାଫିକ୍ ଟେଷ୍ଟ କରାଯାଉଛି । କୋର୍ଟଙ୍କ ନିର୍ଦେଶ ଏବଂ ଅଫତାବ ସହମତି ପ୍ରକାଶ କରିବା ପରେ ଏହି ପରୀକ୍ଷା ଆରମ୍ଭ କରାଯାଇଛି । 50 ରୁ ଅଧିକ ପ୍ରଶ୍ନ ଏଥିପାଇଁ ଅଫତାବକୁ ପଚରାଯିବ । ଏହି ପରୀକ୍ଷା ପରେ ଅଫତାବର ନାର୍କୋ ଟେଷ୍ଟ କରାଯିବ । ତେବେ ପ୍ରଶ୍ନ ଉଠୁଛି ଏହି ଟେଷ୍ଟରେ ଅଫତାବ ସତ ମାନିବ କି । ମେସିନ ତାର ମିଛକୁ ଧରିପାରିବ କି? ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଚନା ଚାଲିଛି ।
Shraddha Murder Case | Accused Aftab's Polygraph Test started at Rohini FSL: Delhi police sources
— The Times Of India (@timesofindia) November 22, 2022
ଦୋଷ ମାନିବ କି ଅଫତାବ?
ସବୁଠୁ ବଡ଼ କଥା ହେଲା କୈାଣସି ଅପରାଧୀ ସେମାନଙ୍କ ଦୋଷକୁ ପ୍ରଥମେ ସ୍ବୀକାର କରିନଥାନ୍ତି । ପୋଲିସ ଆଗରେ ଦୋଷ ମାନିଥିବା ବେଳେ କୋର୍ଟରେ ତାହା ମାନିନଥାନ୍ତି । ଏହାକୁ ନେଇ ଦ୍ବନ୍ଦ୍ବ ହେବାରୁ ପ୍ରମାଣ ଅଭାବରେ ଅପରାଧୀ କୋର୍ଟରୁ ଖସିଯାଇଥାନ୍ତି ।
ଅଫତାବ ମଧ୍ୟ ସେପରି ଚାଲ କରୁଛି । ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସେ ପୋଲିସ ଆଗରେ ମାନିଥିଲେ ମଧ୍ୟ କୋର୍ଟରେ ସେ ମାନୁନାହିଁ । ନିଜକୁ ମାନସିକ ଅସୁସ୍ଥତା ଦର୍ଶାଇ ବୟାନ ବଦାଇବାରେ ଲାଗିଛି । ଯାହାକୁ ନେଇ ପ୍ରମାଣ ଖୋଜୁଛି ପୋଲିସ । ପୋଲିସ ଆଗରେ ଶ୍ରଦ୍ଧାକୁ ହତ୍ୟା କରି 35 ଖଣ୍ଡ କରିଥିବା ସ୍ବୀକାର କରିଥିଲେ ମଧ୍ୟ କୋର୍ଟରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିନଥିବା କହୁଛି । ଏହା ପରେ ଏଫଏସଏଲ ଏବଂ ପୋଲିସ ମଧ୍ୟରେ ଅନେକ ଥର ବୈଠକ ପରେ ଟେଷ୍ଟ ଆରମ୍ଭ ହୋଇଛି । ଶ୍ରଦ୍ଧା ୱାକର ହତ୍ୟା ମାମଲାର ତଦନ୍ତ କରି ଏକ ବିସ୍ତୃତ ଆଲୋଚନା କରିଛି ଦିଲ୍ଲୀ ପୋଲିସ । ନଭେମ୍ବର ୧୭ ତାରିଖରେ ଅଦାଲତ ପୋଲିସକୁ ପାଞ୍ଚ ଦିନ ମଧ୍ୟରେ ନାର୍କୋ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଏହା ସ୍ପଷ୍ଟ କରିଛି ଯେ ଅଫତାବ ଉପରେ ପୋଲିସ କୌଣସି ଥାର୍ଡ ଡିଗ୍ରୀ ବ୍ୟବହାର କରିପାରିବ ନାହିଁ।
ଶ୍ରଦ୍ଧାଙ୍କ ହତ୍ୟାକାରୀ ଆଫତାବ କୋର୍ଟରେ ସତ୍ୟକୁ ସ୍ୱୀକାର କରୁନଥିବାରୁ ଏହି ପଲିଗ୍ରାଫ୍ ପରୀକ୍ଷା ଦେବାକୁ ପଡିଛି । ଏହି ପରୀକ୍ଷା ଏକ ମିଛ ଧରା ମେସିନ ଦ୍ବାରା କରାଯାଇଥାଏ । ଏହି ପରୀକ୍ଷାରେ ପୋଲିସ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବ । ତେବେ କଣ ଏହି ପଲିଗ୍ରାଫ ଟେଷ୍ଟ ଆସନ୍ତୁ ଜାଣିବା ।
Shraddha Murder Case | Pre-med sessions & scientific sessions for Aftab's polygraph test leading up to the polygraph test are underway: FSL
— ANI (@ANI) November 22, 2022
ପଲିଗ୍ରାଫ୍ ଟେଷ୍ଟ କ’ଣ?
ପଲିଗ୍ରାଫ ଟେଷ୍ଟ ହେଉଛି ଏକ ପରୀକ୍ଷା ଯାହା ସତ୍ୟ ଜାଣିବା ପାଇଁ ଜଣେ ବ୍ୟକ୍ତିର ଶାରୀରିକ ଏବଂ ମାନସିକ କାର୍ଯ୍ୟକଳାପକୁ ମାପ କରିଥାଏ । ପରୀକ୍ଷା ସମୟରେ କିଛି ପ୍ରଶ୍ନ ପଚରାଯାଏ । ଏହି ପ୍ରଶ୍ନଗୁଡିକର ଉତ୍ତର ଦେବାବେଳେ, ମେସିନ୍ ସମସ୍ତ ପ୍ରକାରର ମାନବ କାର୍ଯ୍ୟକଳାପର ଏକ ଚାର୍ଟ ପ୍ରସ୍ତୁତ କରେ । ଏହି ପରୀକ୍ଷା 1921 ମସିହାରେ ଉଦ୍ଭାବନ କରାଯାଇଥିଲା । ଏହାକୁ ଆମେରିକୀୟ ପୋଲିସ୍ ତଥା ଫିଜିଓଲୋଜିଷ୍ଟ୍ ଜନ୍ ଏ ଲାରସେନ୍ ନିର୍ମାଣ କରିଥିଲେ। ଅପରାଧୀଙ୍କଠାରୁ ଆବଶ୍ୟକ ସୂଚନା ଏବଂ ସତ୍ୟ ବାହାର କରିବା ପାଇଁ ଲାରସେନ୍ ଏହି ମେସିନ୍ ତିଆରି କରିଥିଲେ। ଏଥିରେ ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ, ଅପରାଧୀଙ୍କ ଓଠର ଗତି ଭଳି ସମସ୍ତ ଜିନିଷ କୁ ନେଇ ଏହା ସତ ବାହାର କରିଥାଏ ।
ପ୍ରଶ୍ନର ଉତ୍ତରରେ ସତ କହିବ ତ ଅଫତାବ?
ପଲିଗ୍ରାଫ୍ ପରୀକ୍ଷା କରିବା ପାଇଁ ସ୍ୱତନ୍ତ୍ର ମେସିନ୍ ସହ ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଇଥାଏ । ପରୀକ୍ଷା ସମୟରେ, ମେସିନ୍ ଏବଂ ବିଶେଷଜ୍ଞମାନେ ଅଭିଯୁକ୍ତର ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି । ନିମୋଗ୍ରାଫ୍ ଟ୍ୟୁବ୍ ନାମକ ଏକ ବେଲ୍ଟ ଅଭିଯୁକ୍ତଙ୍କ ଛାତିରେ ବାହୁରେ ବାନ୍ଧି ଦିଆଯାଏ । ଏହା ତାଙ୍କ ହୃଦଘାତକୁ ମାପ କରିବା ସହ ରକ୍ତଚାପ ମାପ କରିଥାଏ । ଏହି ସବୁ ଜିନିଷ ଗୋଟିଏ ପରଦାରେ ଦୃଶ୍ୟମାନ ହୁଏ । ଏହା ପରେ ବିଶେଷଜ୍ଞମାନେ ଅଭିଯୁକ୍ତଙ୍କୁ ପ୍ରଶ୍ନ ପଚାରିଥାନ୍ତି। ଯେତେବେଳେ ଅପରାଧି ପ୍ରଶ୍ନର ଉତ୍ତର ଦିଅନ୍ତି, ସେତେବେଳେ ତାଙ୍କର ହୃଦସ୍ପନ୍ଦନ, ରକ୍ତଚାପ, ଶ୍ୱାସକ୍ରିୟା, ଆଙ୍ଗୁଠି ଗତି ରୁ ସେ କେତେ ସତ କହୁଛି ତାହା ଜଣାପଡିଯାଇଥାଏ । ଏହା ସହିତ ବିଶେଷଜ୍ଞମାନେ ଅଭିଯୁକ୍ତଙ୍କ ଆଖିର ଅଙ୍ଗଭଙ୍ଗୀକୁ ମଧ୍ୟ ଧ୍ୟାନ ଦେଇଥାନ୍ତି । ଏହିପରି ଭାବରେ ଅପରାଧୀର ଅପରାଧ ବିଷୟରେ ତଥ୍ୟ ହାସଲ କରାଯାଇଥାଏ ।
ତେବେ ଅନେକ ଥର ଦେଖାଯାଇଛି ଅପରାଧୀମାନେ ମିଛ କହି ଏହି ଟେଷ୍ଟରୁ ପାର ପାଇଯାଇଥାନ୍ତି । ତେବେ ଏହା ଅଳ୍ପ କେତେକ ଘଟଣାରେ ଦେଖାଯାଇଥାଏ । ଅଫତାବ କ୍ଷେତ୍ରରେ ଏହି ଟେଷ୍ଟ କେତେ ସଫଳ ହେଉଛି ତାହା ପରେ ଜଣାପଡିବ ।
ପରେ ଅଫତାବର ନାର୍କୋ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ତାକୁ ସୋଡିୟମ୍ ପେଣ୍ଟୋଥାଲ୍ ଇଞ୍ଜେକ୍ସନ ଦିଆଯାଇ ଚେତାଶୂନ୍ୟ କରାଯିବ । କିନ୍ତୁ ତାଙ୍କ ମସ୍ତିଷ୍କ କାର୍ଯ୍ୟ ଜାରି ରଖିଥିବାବେଳେ ପ୍ରଶ୍ନ ପଚରାଯିବ । ଏହି ପରୀକ୍ଷାରେ ଅଧିକାଂଶ ଅପରାଧୀ ସତ୍ୟ ସ୍ୱୀକାର କରିଥିବା ନଜିର ରହିଛି ।
Comments are closed.