Latest Odisha News

BREAKING NEWS

ଆମେରିକା ପୁଣି ଆକ୍ରମଣ କଲେ, ପରିସ୍ଥିତି ଭୟଙ୍କର ହେବ; ଟ୍ରମ୍ପଙ୍କୁ ଇରାନର ଧମକ…

ତେହେରାନ: ଇରାନ ଭବିଷ୍ୟତରେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦୃଢ଼ ଭାବେ ଦେବ। ଆମେରିକା ପୁଣି ଆକ୍ରମଣ କଲେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ସେ ତାଙ୍କର ପ୍ରଥମ ବିବୃତ୍ତିରେ ଏହା କହିଛନ୍ତି।

ନିକଟରେ ଖାମେନି କହିଥିଲେ, ତାଙ୍କ ଦେଶ ଆମେରିକାକୁ ଚାପୁଡ଼ା ମାରିଛି। ପୂର୍ବରୁ ଆମେରିକା ଇରାନର ପରମାଣୁ ଘାଟିକୁ ଟାର୍ଗେଟ କରିଥିଲା। ଏହା ପରେ ଗୁରୁବାର ପ୍ରଥମ ଥର ପାଇଁ ଖାମେନିଙ୍କ ବାର୍ତ୍ତା ଦେଶର ସରକାରୀ ଟେଲିଭିଜନରେ ପ୍ରସାରିତ ହୋଇଥିଲା।

ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକାର ହସ୍ତକ୍ଷେପ ସମ୍ପର୍କରେ ଖାମେନି କହିଥିଲେ, “ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କରିଥିଲା କାରଣ ସେ ଅନୁଭବ କରିଥିଲା ଯେ ଯଦି ହସ୍ତକ୍ଷେପ କରାନଯାଏ ତେବେ ଇସ୍ରାଏଲରେ ଯିହୁଦୀ ଶାସନ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ। ଯୁଦ୍ଧରୁ ଆମେରିକାର “କିଛି ଲାଭ କରିବାର ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ଇସଲାମିକ ଗଣରାଜ୍ୟ ବିଜୟୀ ହୋଇଛି।

 

Comments are closed.