Latest Odisha News

BREAKING NEWS

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି ନେଉଛନ୍ତି ।

କେତେବେଳେ ଡିଜିଟାଲ୍ ମିଡିଆରେ କାହା ବିରୋଧରେ ଅପପ୍ରଚାର ହେଉଛି ତ ଆଉ କେବେ ମିଛ ଖବର ପ୍ରସାରଣ, ପ୍ରକାଶନ । ଯାହାକୁ ରୋକିବା ଜରୁରି ହୋଇ ପଡ଼ିଛି । ଏସବୁ ପାଇଁ କେନ୍ଦ୍ର ସରକାର କିଛି ନିୟମାବଳୀ ଜାରି କରିଛନ୍ତି ।

ଜାରି ନିୟମାବଳୀ ଅନୁସାରେ, କୌଣସି ଡିଜିଟାଲ୍ ମିଡିଆ ଜାତୀୟତା, ଏକତା, ସଂହତି, ପ୍ରତିରକ୍ଷା ଓ ଦେଶର ସୁରକ୍ଷାକୁ ବାଧା ପହଞ୍ଚାଉଥିବା ଭଳି ଖବର କରିବେ ନାହିଁ । ସେହିଭଳି ଆଇନ୍ ପ୍ରତିବନ୍ଧକ ଥିବା ଖବରକୁ ପ୍ରୋତ୍ସିତ କରିବେ ନାହିଁ ।

ସେଭଳି କଲେ ଆଇନ୍ ଅନୁସାରେ, ସାଇବର ତଦନ୍ତ ହେବ । ଏଥିପାଇଁ ଏକ ଅଭିଯୋଗ ପରିଚାଳନା କରାଯିବ । ଆସୁଥିବା ଅଭିଯୋଗର ୭୨ ଘଣ୍ଟା ମଧ୍ଯରେ ସମାଧାନ କରାଯିବ । ଦେଶରେ ୫୦ ଲକ୍ଷରୁ ଅଧିକ ଗ୍ରାହକ ଥିବା ଡିଜିଟାଲ୍ ମିଡିଆ ଜଣେ ସିସିଓଙ୍କ ସହ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରିବେ । ସେ ସରକାରଙ୍କୁ ମାସିକ ରିପୋର୍ଟ ଦେବେ ।

ବର୍ତ୍ତମାନ ଡିଜିଟାଲ୍ ମିଡିଆ ପାଇଁ ସରକାର ଅଲଗା ଆଇନ୍ ଆଣିବା ଲାଗି କୌଣସି ବିଚାର କରୁ ନାହାଁନ୍ତି । ଏନେଇ ରାଜ୍ୟସଭାରେ ଆସିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ର ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

Leave A Reply

Your email address will not be published.