Latest Odisha News

BREAKING NEWS

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଗଡ଼ୁଛି ।

ଆଉ ଏପଟେ ଭାଇରାଲ୍ ହୋଇଛି ଅନୁଭବଙ୍କ ବାହାଘର ଭିଡିଓ । ଯେଉଁଥିରେ ଅନୁଭବ କଲ୍ୟାଣ ମଣ୍ଡପରେ ବର ବେଶରେ ସୁସଜ୍ଜିତ ଅଛନ୍ତି । ବର୍ଣ୍ଣାଢ୍ୟ ପରିବେଶରେ ବାହାଘର ଚାଲିଛି । ଶେରୱାନିରେ ନଜର ଆସିଥିବା ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଜଣେ ୟୁଜର ଲେଖିଛନ୍ତି, ଶୁଭେଚ୍ଛା ଅନୁଭବ ଭାଇ… ଆଗାମୀ ଇନିଂସ ପାଇଁ… । ଯାହା ଏବେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି ।

କଣ ସତରେ ଅନୁଭବ ଦ୍ୱିତୀୟ ବିବାହ କରୁଛନ୍ତି ? ଆଜ୍ଞା ନା ଭାଇରାଲ୍ ଭିଡିଓଟି ଅନୁଭବଙ୍କ ରିଅଲ୍ ଭିଡିଓ ନୁହେଁ ବରଂ ରିଲ୍ ଭିଡିଓ । ଭାଇରାଲ୍ ଭିଡିଓଟି ହେଉଛି ସୁଟିଂ ସେଟର । ଯେଉଁଠି ଅନୁଭବ ସଂଳାପ ଅନୁସାରେ, ଅଭିନେତ୍ରୀଙ୍କ ମଥାରେ ସିନ୍ଦୂର ଦେଇ ବେଦୀରେ ସାତ ଘେରା ବୁଲୁଛନ୍ତି । ଆଉ ଭିଡିଓକୁ ନେଇ ଅନୁଭବ ପୁଣି ଥରେ ବାହା ହେଉଥିବା ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ଏବେ ଅନୁଭବ ତାଙ୍କର ଅପକମିଂ ଫିଲ୍ମ ଲଭ୍ ଇନ୍ ଲଣ୍ଡନର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ପୂର୍ବରୁ ମଧ୍ୟ ଅନୁଭବ ସୁଟିଂ ସେଟର ଫଟୋ, ଭିଡିଓ ସେୟାର କରିଥିବା ବେଳେ ଏବେ ସୁଟିଂର ବାହାଘର ଭିଡିଓ ଲିକ୍ ତାଙ୍କୁ ଲାଇମ୍ ଲାଇଟକୁ ଆଣିଛି ।

Leave A Reply

Your email address will not be published.