ତାଇପେଇ ସିଟି: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ଆଜି ତାଇୱାନ ଗସ୍ତରେ ଶେଷ ଦିନ । ଖୁବଶୀଘ୍ର ତାଇପେଇ ବିମାନ ବନ୍ଦରରୁ ଦକ୍ଷିଣ କୋରିଆ ଅଭିମୁଖେ ଉଡାଣ ଭରିବେ । ଅନ୍ୟପଟେ ତାଇଓ୍ୱାନ ସୀମାର ଆକାଶ ମାର୍ଗରେ ପଇଁତରା ମାରୁଛି ଚୀନର ଯୁଦ୍ଧ ବିମାନ। ଏପରି ସ୍ଥିତିରେ ଆଶଙ୍କା କରାଯାଉଛି ଯେ ପେଲୋସି ତାଇୱାନ ଛାଡିବା ପରେ ଚୀନ୍ ତାଇଓ୍ୱାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।
କାରଣ ତାଇୱାନର ଚାରିପାଖରେ ସମୁଦ୍ର ଏବଂ ଆକାଶରେ ଚୀନ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି। ଏଥିପାଇଁ ଚୀନ୍ ମଧ୍ୟ ନିଜର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ ପଠାଇଛି। କୁହାଯାଉଛି ଯେ ଚୀନ୍ ଗୁରୁବାର ଠାରୁ ଅଗଷ୍ଟ 7 ପର୍ଯ୍ୟନ୍ତ ଏହି ସାମରିକ ଅଭ୍ୟାସ କରିବ। ଏଥିସହିତ ଚୀନ୍ର ଏପରି ଆକ୍ରମଣାତ୍ମକ ଶୈଳୀକୁ ଦୃଷ୍ଟିରେ ରଖି ଆମେରିକା ଫିଲିପାଇନ୍ସ ସାଗରରେ ନିଜର ଶକ୍ତିଶାଳୀ ଯୁଦ୍ଧ ଜାହାଜ USS ରୋନାଲ୍ଡ ରେଗାନକୁ ମଧ୍ୟ ନିୟୋଜିତ କରିଛି।
ଅନ୍ୟପକ୍ଷରେ, ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ର ବୃଦ୍ଧି ପାଉଥିବା ସାମରିକ କାର୍ଯ୍ୟକଳାପ ମଧ୍ୟରେ ଆମେରିକା ଏବଂ ଇଣ୍ଡୋନେସିଆ ସୁମାତ୍ରା ଦ୍ୱୀପରେ ବାର୍ଷିକ ମିଳିତ ସାମରିକ ଅଭ୍ୟାସ ଆରମ୍ଭ କରି ପାରସ୍ପରିକ ସମ୍ପର୍କକୁ ଆହୁରି ଦୃଢ କରିବ ବୋଲି ସୂଚନା ଦେଇଛି । ଯେଉଁଥିରେ ଅନ୍ୟ ଦେଶମାନେ ମଧ୍ୟ ଅଂଶଗ୍ରହଣ କରିବେ। ପ୍ରଥମ ଥର ଜାକର୍ତ୍ତାରେ ଥିବା ଆମେରିକା ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଚଳିତ ବର୍ଷ ଏହି ସାମରିକ ଅଭ୍ୟାସରେ ଆମେରିକା, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଜାପାନ ଏବଂ ସିଙ୍ଗାପୁରର 5000 ରୁ ଅଧିକ ସୈନିକ ଅଂଶଗ୍ରହଣ କରିବେ। ଏହି ସାମରିକ ଅଭ୍ୟାସ 2009 ରୁ ଆରମ୍ଭ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ତାଇଓ୍ୱାନକୁ ଚୀନ ନିଜ ଦେଶର ଏକଂ ଅଂଶ ବୋଲି ବିବେଚନା କରେ । ତେଣୁ ଆମେରିକାର କୌଣସି ବଡ ନେତାଙ୍କ ତାଇଓ୍ନାନ ଗସ୍ତକୁ ଚୀନ ବିରୋଧ କରେ। ଏସିଆ ମହାଦେଶ ଗସ୍ତରେ ଥିଲେ ଆମେରିକାର ତୃତୀୟ କ୍ଷମତାଶାଳୀ ବ୍ୟକ୍ତି। ତାଇଓ୍ୱାନ ଆସିବେ ବୋଲି କେବଳ ଚର୍ଚ୍ଚା ହେଉଥିଲା କିନ୍ତୁ ସରକାର ସୂଚନା ନଥିଲା। ଏହାପୂର୍ବରୁ କିନ୍ତୁ ଚିନ୍ତୁ ଚେତାବନୀ ଦେବାକୁ ଯାଇ କହିଥିଲା ନାନସୀ ତାଇଓ୍ୱାନ ଆସିଲେ ସ୍ଥିତି ଭୟାନକ ହୋଇପାରେ। କିନ୍ତୁ ଚୀନର ଏହି ଚେତାବନୀକୁ ଖାତିର ନକରି ଗତକାଲି ଭାରତୀୟ ସମୟ ରାତି 8ଟା ସମୟରେ ଆମେରିକା ବାୟୁସେନାର କଡା ସୁରକ୍ଷା ବଳୟରେ ନାନସୀ ପେଲୋସି ତାଇଓ୍ୱାନରେ ଓହ୍ଲାଇଛନ୍ତି।
Comments are closed.