Latest Odisha News

ଆଉ ଆଇପିଏଲରେ ଚୌକା, ଛକା ମାରିବେନି ଧୋନି?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି  ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲରେ ଏବେବି ଖେଳିବା ଜାରି ରଖିଛନ୍ତି । ଯାହାକୁ ନେଇ ଏବେ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇ ନିଜର ଚୌକା ଛକାର ଯାଦୁ ଦେଖାଇବେ ମାହି ।

କିନ୍ତୁ ଏହାରି ଭିତରେ ଫ୍ୟାନ୍ସଙ୍କୁ ବଡ ଶକ୍ତ ଆଘାତ ଦେଇଛି, ଚେନ୍ନାଇର ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପା  । ସେ ଆଇପିଏଲରୁ ଧୋନିଙ୍କ ଅବସର ନେଇ ସେ ଇଶାରା ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା  ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବତନ ସିଏସକେ ଅଧିନାୟକ ଖେଳ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ଏବେ ବି ଖେଳ ପ୍ରତି ତାଙ୍କର ଭଲ ପାଇବା ଟିକେ ବି କମିନି । ଏହି ବୟସରେ ମଧ୍ୟ ସେ ଓ୍ବିକେଟ ପଛରେ ସବୁଠୁ ଚତୁର ଖେଳାଳି ଭାବେ ଛିଡା ହୋଇଛନ୍ତି । ଯଦି ସେ ଅବସର ନ ନିଅନ୍ତି ତେବେ ସେ ଏଥିରେ ଆଶ୍ଚର୍ଯ୍ୟ ହେବେ ନାହିଁ । ଧୋନିଙ୍କ ଦକ୍ଷତା ଏବଂ ଉତ୍ସାହ ଦେଖି, ସେ କହିଛନ୍ତି, ତାଙ୍କୁ ଏବେ ଅବସର ନେବାର କୌଣସି କାରଣ ନାହିଁ । ଯଦି ଖେଳ ଶେଷରେ ଏବେ ଅବସର ନେଉଛନ୍ତି, ତାହେଲେ ସେଥିରେ କିଛି ଆଶ୍ଚର୍ଯ୍ୟ ନାହିଁ, ଆଉ ଯଦି ବି ଆଗକୁ ସେ ଆହୁରି ୪ଟା ମ୍ୟାଚ ଖେଳିବେ ସେଥିରେ ବି କିଛି ଆଶ୍ଚର୍ଯ୍ୟକର ନୁହେଁ ବୋଲି କହିଛନ୍ତି ଉତ୍ଥପା ।

ତେବେ କହିରଖୁଛୁ, ଧୋନି ପୁଣି ଥରେ ଆଇପିଏଲ୍ ୨୦୨୫ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ନିଜର ଷଷ୍ଠ ଟାଇଟଲ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।  ରୁତୁରାଜ ଗାଇକୱାଡଙ୍କ ନେତୃତ୍ୱରେ ସିଏସକେ ପାଞ୍ଚଥର ଚାମ୍ପିଅନ୍ ତଥା ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ସେମାନଙ୍କର ସମର ଆରମ୍ଭ କରିବେ । ଏହା ଧୋନିଙ୍କ ଅନ୍ତିମ ଆଇପିଏଲ୍ ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ୨୦୨୦ରେ ଅନ୍ତର୍ଜାତୀୟ ଅବସର ପରେ ସେ କେବେ ଲିଗ୍ ବିଦାୟ ନେବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ହେଲେ ଏନେଇ କୌଣସି ସ୍ପଷ୍ଟତା ମିଳିନାହିଁ ।

ଅଧିନାୟକ ଭାବରେ ପାଞ୍ଚଟି ଆଇପିଏଲ୍ ଟ୍ରଫି ସହିତ ଧୋନିଙ୍କ ଟୁର୍ନାମେଣ୍ଟରେ ଉତ୍ତରାଧିକାରୀ ଅତୁଳନୀୟ । ଆଉ ଏବେ ୪୩ ବର୍ଷୀୟ ଧୋନି ଆଇପିଏଲର ୧୮ ତମ ସିଜନରେ ଭାଗ ନେବାକୁ ପ୍ରସ୍ତୁତ । ଧୋନି ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛନ୍ତି ଏବଂ ଏହି ଲିଗର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି । ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଆଇପିଏଲ ଚମ୍ପିଆନ ହୋଇଛି। ଧୋନି ୨୦୦୮ରୁ ୨୦୧୫ ପର୍ଯ୍ୟନ୍ତ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ଚେନ୍ନଇ ସୁପରକିଙ୍ଗ୍‌ସ ଦୁଇବର୍ଷ ବାସନ୍ଦ ହେବା ଯୋଗୁ ଧୋନି ରାଇଜିଂ ସୁପରଜାଏଣ୍ଟ୍‌ସ ପାଇଁ ଖେଳିିଥିଲେ। ଏହା ପରେ ୨୦୧୮ରୁ ନିୟମିତ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି। ୨୦୨୨ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଦଳ ଜାଡେଜାଙ୍କ ଅଧିନାୟକତ୍ବରେ ଖରାପ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନିଙ୍କୁ ନେତୃତ୍ବ ଦିଆଯାଇଥିଲା। ୨୦୨୩ରେ ଧୋନିଙ୍କ ନେତୃତ୍ବରେ ଦଳ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଥିଲା। ଧୋନି ଗତ ସିଜିନର ଠିକ୍ ପୂର୍ବରୁ ସିଏସକେର କମାଣ୍ଡ ଛାଡିଥିଲେ, ଯାହା ପରେ ଗାଇକୱାଡଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଥିଲା । ଗାଇକୱାଡଙ୍କ ଅଧିନାୟକତ୍ୱରେ, ସିଏସକେ ଗତ ସିଜନରେ ପଞ୍ଚମ ସ୍ଥାନ ହାସଲ କରି ପ୍ଲେ ଅଫ୍ ସ୍ଥାନରୁ ବଞ୍ଚିତ ରହିଥିଲା ।

ସେପଟେ ଧୋନି ଆଗ ବ୍ୟାଟିଂ କରିବେ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି । ଧୋନି ଗତ ସିଜନରେ ସାତ କିମ୍ବା ଆଠ ନମ୍ବରରେ ବ୍ୟାଟିଂ କରୁଥିଲେ । ଧୋନି ଶେଷ ମୁହୂର୍ତ୍ତରେ ବ୍ୟାଟିଂ କରିବାକୁ ଆସୁଥିଲେ ଏବଂ କିଛି ହିଟ୍ ସଟ୍ ଖେଳି ପ୍ରଶଂସକଙ୍କୁ ଭରପୁର ମନୋରଞ୍ଜନ ଦେଇଯାଉଥିଲେ । ଆଇପିଏଲ୍ ୨୦୨୪ ରେ ଧୋନି ୨୨୦ ରୁ ଅଧିକ ଷ୍ଟ୍ରାଇକ୍ ହାରରେ ହାରାହାରି ୫୩.୬୭ ରନ୍ କରିଥିଲେ ।

ତେବେ ଆଜିଠୁ ଆଇପିଏଲର ୧୮ ତମ ସିଜନରେ କୋଲକାତା ଇଡେନ୍ ଗାର୍ଡେନ୍ସର ମୈଦାନରେ ଏହି ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (RCB) ।

Leave A Reply

Your email address will not be published.