Latest Odisha News

୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଦେଶ: ଅମିତ ଶାହ

ରାୟପୁର: ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆହ୍ବାନ । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାମପନ୍ଥୀ ଉଗ୍ରବାଦ ହେଉଛି ଆଜିର ସବୁଠାରୁ ବଡ଼ ଆହ୍ୱାନ। ସମୁଦାୟ ୧୭,୦୦୦ ଲୋକ ଏହି ସମସ୍ୟାରେ ପ୍ରାଣ ହରାଇଛନ୍ତି। ଏବେ ବାମପନ୍ଥୀ ସମସ୍ୟା ଉପରେ ଚୂଡ଼ାନ୍ତ ଆକ୍ରମଣ କରିବାର ସମୟ ଆସିଛି ବୋଲି କହିଛନ୍ତି ଶାହ।

ଆଜି ଛତିଶଗଡର ରାୟପୁର ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶାହ କହିଛନ୍ତି ଯେ, ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ହେବ ଦେଶ । ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବିପଦ । ବିଗତ ୪ ଦଶନ୍ଧିରେ ନକ୍ସଲବାଦ ପାଇଁ ୧୭ ହଜାର ଲୋକ ମରିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍‌ ଭାବେ ନେଇଥିଲୁ । ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲୁ ବୋଲି କହିଛନ୍ତି ଶାହ। ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ତରରୁ ବିଜାପୁର ଓ ଧମତାରୀ ପର୍ଯ୍ୟନ୍ତ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୦୪ରୁ ୨୦୧୪ ମଧ୍ୟରେ ନକ୍ସଲ ମୃତ୍ୟୁ ସଂଖ୍ୟା ତୁଳନାରେ ୨୦୧୪ରୁ ୨୦୨୪ ମଧ୍ୟରେ ୫୩ ପ୍ରତିଶତ ଘଟଣା ହ୍ରାସ ପାଇଛି।

 

Comments are closed.