Latest Odisha News

BREAKING NEWS

‘ଯୁଦ୍ଧ ଆରମ୍ଭ କ୍ଷଣି ହିଁ ଇଂଲଣ୍ଡ ଯିବି’: ଚର୍ଚ୍ଚାରେ ପାକିସ୍ତାନ ସାଂସଦଙ୍କ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଭୟରେ ପାକ୍ ଲୋକଙ୍କ ଠାରୁ ରାଜନେତା। କିଏ ବଙ୍କର ପ୍ରସ୍ତୁତିରେ ଲାଗିଲେଣି ତ ଆଉ କିଏ ଦେଶ ଛାଡ଼ି ଯିବା ପାଇଁ ଯୋଜନା କଲେଣି। ଏହାରି ଭିତରେ ଏବେ ଜଣେ ପାକିସ୍ଥାନୀ ରାଜନେତାଙ୍କ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯଦି ପାକିସ୍ତାନ ଆଉ ଭାରତ ମଧ୍ୟରେ ଯୁଦ୍ଧ ଛିଡେ ତାହେଲେ ସେ ପାକିସ୍ତାନ ଛାଡ଼ି ଲଣ୍ଡନ ପଳେଇବେ।

କିଛି ଏପରି ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ସାଂସଦ ଶେର୍ ଅଫଜଲ୍ ଖାନ ମାରୱାଟ୍, ଯିଏକି ପାକିସ୍ତାନର ଜାତୀୟ ପରିଷଦର ଜଣେ ସଦସ୍ୟ । ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ଜାତୀୟ ପରିଷଦର ସଦସ୍ୟ ଶେର ଅଫଜଲ୍ ଖାନ ମାରୱାଟଙ୍କୁ ଯେତେବେଳେ ପାକିସ୍ତାନ ରିପୋର୍ଟର ପଚାରିଥିଲେ, ଯଦି ଭାରତ ସହିତ ଯୁଦ୍ଧ ହୁଏ, ତେବେ ସେ ବନ୍ଧୁକ ଧରି ସୀମାକୁ ଯିବେ କି?, ଯାହାର ଉତ୍ତରରେ ସାଂସଦ କହିଥିଲେ, ଯଦି ଭାରତ ସହିତ ଯୁଦ୍ଧ ହୁଏ ତେବେ ମୁଁ ଇଂଲଣ୍ଡ ଯିବି। ଆଉ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ବିଶ୍ୱାସ କରନ୍ତି କି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତେଜନା କମ କରିବା ପାଇଁ ପଛକୁ ହଟିଯିବେ, ସେତେବେଳେ ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, ମୋଦି କ’ଣ ମୋ ମାଉସୀଙ୍କ ପୁଅ ଯେ ସେ କେବଳ ମୁଁ କହିବାରୁ ପଛକୁ ହଟିଯିବେ? ଯାହାଙ୍କ ସେ ବାଇଟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସମାଲୋଚନା ଶିକାର ହୋଇଛନ୍ତି, ପାକିସ୍ତାନ ରାଜନେତା। ତାଙ୍କର ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନୀ ରାଜନେତାମାନେ ମଧ୍ୟ ସେମାନଙ୍କ ସେନାକୁ ବିଶ୍ୱାସ କରନ୍ତି ନାହିଁ ବୋଲି ମନ୍ତବ୍ୟ ରଖିଥିଲେ ୟୁଜର୍ସ।

ତେବେ ମାରୱାଟ୍ ପୂର୍ବରୁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ୍-ଏ-ଇନସାଫ (ପିଟିଆଇ)ର ସଦସ୍ୟ ଥିଲେ। ପରେ, ଦଳ ଏବଂ ଏହାର ନେତୃତ୍ୱର ବାରମ୍ବାର ସମାଲୋଚନା ଯୋଗୁଁ ଇମ୍ରାନ ଖାନ ତାଙ୍କୁ ପ୍ରମୁଖ ପଦବୀରୁ ହଟାଇ ଦେଇଥିଲେ।

Comments are closed.