Latest Odisha News

BREAKING NEWS

କ୍ରିକେଟଠାରୁ ୫ ମାସ ଦୂରେଇ ରହି ପାରନ୍ତି ହାର୍ଦ୍ଦିକ: ରିପୋର୍ଟ

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ । ବର୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବେ ତାଙ୍କ ଆଘାତରୁ ମୁକୁଳି ପାରି ନାହାନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ଓ ଆଇପିଏଲ ୨୦୨୪ ଖେଳି ନ ପାରନ୍ତି । ଡାକ୍ତର ତାଙ୍କୁ ୫ ମାସ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଗୁଜରାଟ ଟାଇଟାନ୍ସଠାରୁ ଟ୍ରେଡ କରିଥିଲା । ଆଇପିଏଲ ପରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । କେତେକ କ୍ରିକେଟ ସମୀକ୍ଷକଙ୍କ ମତରେ ହାର୍ଦ୍ଦିକଙ୍କୁ ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇପାରେ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଅଧିନାୟକ କରିବା ପରେ ଏହି ସମ୍ଭାବନା ବୃଦ୍ଧି ପାଇଛି ।

ପ୍ରାୟ ୧ ବର୍ଷ ହେବ ହାର୍ଦ୍ଦିକ ଟ୨୦ରେ ଭାରତର ନେତୃତ୍ୱ ନେଇ ଆସୁଛନ୍ତି । ତାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଅବସରରେ ସୂର୍ଯ୍ୟକୁମାର ଯାଦବ ଆଘାତପ୍ରାପ୍ତ ହୋଇଛନ୍ତି । ସେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ଓହରି ଯାଇଛନ୍ତି । ୧୧ରୁ ୧୭ ଜାନୁୟାରୀ ମଧ୍ୟରେ ଭାରତ ୩ମ୍ୟାଚ ବିଶିଷ୍ଟ ସିଜର ଖେଳିବ । ଯେତେଦୂର ସମ୍ଭବ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରାଯିବ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ।

Comments are closed.