Latest Odisha News

କ’ଣ ଏହି ଟ୍ରମ୍ପଙ୍କ ଚୀନ ପଲିସି?, ଯେଉଁଥିରେ ଭାରତକୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଘୋଷଣା ହେବା ପରେ ଏବେ ଚିନ୍ତାରେ ଚୀନ । ଟ୍ରମ୍ପଙ୍କ ଚୀନ୍ ପଲିସି ଏବେ ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହା ଭାରତ ପାଇଁ ଆଣିପାରେ ବିପୁଳ ସୁଯୋଗ । ଯାହା ଆପଲ ଭଳି ବଡ ବଡ କମ୍ପାନୀକୁ ଭାରତରେ ପ୍ରବେଶର ଦ୍ବାର ଫିଟାଇବ । ଅର୍ଥନୀତି କ୍ଷେତ୍ରରେ ଭାରତକୁ ଅନେକ ଲାଭ ମିଳିବ ।

ତେବେ ଏହା ସେତେବେଳେ ସଫଳ ହେବ ଯେତେବେଳେ ଟ୍ରମ୍ପ ଦେଇଥିବା କଥାକୁ କାର୍ଯ୍ୟକାରୀ କରିବେ । କାରଣ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ କହିଥିଲେ , ଯଦି ସେ ଶାସନକୁ ଆସନ୍ତି ତାହା ହେଲେ, ଚୀନରୁ ଆସୁଥିବା ଉତ୍ପାଦଗୁଡିକ ଉପରେ ସେ ୬୦ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଇବେ । ଟ୍ରମ୍ପ ଯଦି ହ୍ବାଇଟ ହାଉସ ଆସିବା ପରେ ଏହି ନିୟମ ଲାଗୁ କରନ୍ତି, ତେବେ ଚୀନ ଉତ୍ପାତ ଆମେରିକାରେ ପ୍ରବେଶ କରିବା ପାଇଁ ମୋଟା ଅଙ୍କ ଦେବାକୁ ପଡିବ । ଫଳରେ ଚୀନ ଭାରତ ମୁହାଁଇବ । ଆଉ ଭାରତରେ ଆପଲର ଉତ୍ପାଦନ ତୀବ୍ରଗତିରେ ବୃଦ୍ଧି ପାଇବ ।

ଯାହା ଆକଳନ କରାଯାଉଛି, ଭାରତରେ ଆଇଫୋନର ଉତ୍ପାଦନ ପାଖାପାଖି ୩୦ ବିଲିୟନ ଡଲାର ବଢିପାରେ । ଅର୍ଥାତ୍ ଆଗାମୀ ୨ ବର୍ଷ ମଧ୍ୟରେ ଆପଲ ଭାରତରେ ଦୁଇଗୁଣା ଆଇଫୋନ୍ ଉତ୍ପାଦନ କରିବ । ତେବେ ବର୍ତ୍ତମାନ ଆପଲ ଭାରତରେ ୧୫ ରୁ ୧୬ ବିଲିୟନ ଡଲାର ଆଇଫୋନ୍ ତିଆରି କରୁଛି ।

Comments are closed.