ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ନିଜର ଫର୍ମକୁ ଫେରିଥିବା ଜଣାପଡ଼ିଛି । ରାଜସ୍ଥାନ ରୟାଲ୍ସକୁ ନିଜ ଘରୋଇ ମୈଦାନରେ ୧୦୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଚଳିତ ସିଜିନରେ ଲଗାତାର ଷଷ୍ଠ ବିଜୟ ସହ ଏମଆଇ ଏବେ ଟ୍ରଫି ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ସିଜନ୍ର ଆରମ୍ଭରେ କିଛି ମ୍ୟାଚ ହାରିଥିବା ସତ୍ତ୍ୱେ, ମୁମ୍ବାଇ ଇଣ୍ଡିଆନ୍ସ ଏବେ ପୁରୁଣା ଫର୍ମକୁ ଫେରିଥିବା ଦେଖିବାକୁ ମିଳିଛି ।
ମୁମ୍ବାଇ ୨୦୧୭ ଆଇପିଏଲ୍ରେ ଲଗାତାର ୬ଟି ମ୍ୟାଚ୍ ଜିତିଥିଲା ଓ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ୍ ଜିତିଥିଲା। ଏହି ଆକଳନ ଆଧାରରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ମୁମ୍ବାଇ ୨୦୨୫ରେ ୨୦୧୭ର ସଫଳତା ପୁନରାବୃତ୍ତି କରିପାରିବ କି?
ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚ୍ରୁ ୭ଟିରେ ଜିତି ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲ୍ରେ ଶୀର୍ଷସ୍ଥାନରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ୧୪ ପଏଣ୍ଟ ରହିଛି, କିନ୍ତୁ ମୁମ୍ବାଇର ନେଟ୍ ରନ୍ ରେଟ୍ (+୦.୮୮୯) ବେଙ୍ଗାଲୁରୁ (+୦.୫୨୧) ତୁଳନାରେ ଭଲ, ତେଣୁ ମୁମ୍ବାଇ ପ୍ରଥମ ଓ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ ଏବେ ଜବରଦସ୍ତ ଫର୍ମରେ ରହିଛି। ବ୍ୟାଟିଂରେ ରିୟାନ ରିକ୍ଲଟନ ଓ ରୋହିତ ଶର୍ମା ଧୂଆଁଧାପ ଓପନିଂ କରୁଛନ୍ତି। ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରୁଛନ୍ତି। ସେହିପରି ବୋଲିଂରେ ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ କର୍ଣ୍ଣ ଶର୍ମା ବିପକ୍ଷ ଦଳର ବ୍ୟାଟରକୁ ଚିତ୍ କରୁଛନ୍ତି। ବୁମରାହ ନିକଟରେ ଲକ୍ଷ୍ନୌ ବିପକ୍ଷରେ ୪ଟି ଓ୍ୱିକେଟ୍ ନେଇଥିଲେ।
୨୦୧୭ରେ ମୁମ୍ବାଇ ୧୪ଟି ଲିଗ୍ ମ୍ୟାଚ୍ରୁ ୧୦ଟି ଜିତି ଶୀର୍ଷସ୍ଥାନରେ ରହି ଫାଇନାଲ୍ରେ ରାଇଜିଂ ପୁଣେ ସୁପରଜିଆଣ୍ଟକୁ ୧ ରନ୍ରେ ହରାଇ ତୃତୀୟ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ରୋହିତ ଶର୍ମା, ଲେଣ୍ଡଲ୍ ସିମନ୍ସ, କିରୋନ ପୋଲାର୍ଡ ଓ ଲସିତ ମାଲିଙ୍ଗାଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୨୫ରେ ମଧ୍ୟ ଦଳ ବିଜୟୀ ହୋଇଥିଲା।
ଏବେ ମୁମ୍ବାଇ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ ଯିବ ବୋଲି କୁହାଯାଉଛି। ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟୀ ହେଲେ ଶୀର୍ଷ-୨ ସ୍ଥାନ ନିଶ୍ଚିତ କରିପାରେ। ଦଳର ଫର୍ମ ଓ ଖେଳାଳିଙ୍କ ପ୍ରଦର୍ଶନ ଦେଖି ମୁମ୍ବାଇ ୨୦୨୫ରେ ଷଷ୍ଠ ଆଇପିଏଲ୍ ଟାଇଟଲ୍ ଜିତିବାରେ ଏକ ବଡ଼ ଦାବିଦାର ବୋଲି କୁହାଯାଉଛି ।
Comments are closed.