ଭୁବନେଶ୍ୱର:ପୁରୀରୁ ନିର୍ବାଚନ ଲଢିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଚିରାଚରିତ ହିଞ୍ଜିଳି ଆସିନ ଛାଡି ଏଥର ପୁରୀରୁ ଛିଡା ହେବ କି ? ଏମିତି ପ୍ରଶ୍ନ ଜନତାଙ୍କ ଭିତରେ ଥିବାବେଳେ ଉତ୍ତର ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶଶୀ ଭୂଷଣ ବେହାରା । ଶୁକ୍ରବାର ମିଡିଆକୁ ବକ୍ତବ୍ୟ ଦେଇ ଶ୍ରୀ ବେହାରା ସ୍ପଷ୍ଟ କହିଛନ୍ତି, ନାବୀନ ପଟ୍ଟନାୟକ ରାଜ୍ୟର ଯେଉଁଠୁ ଛିଡା ହେବେ ସେଇଠାରୁ ଜିତିବେ । ତେବେ ସେ ପୁରୀରୁ ଛିଡ ହୁଅନ୍ତୁ ବୋଲି ପୁରୀ ବାସୀ ଏବଂ ଜଗନ୍ନାଥ ପ୍ରେମୀ ଚାହାନ୍ତି । ତେଣୁ ନବୀନ ପଟ୍ଟନାୟକ ଯଦି ପୁରୀରୁ ଛିଡାହେବେ ତେବେ ଏହା ହେବ ଜଗନ୍ନାଥଙ୍କ ଆଶୀର୍ବାଦ ।
ସେ କହିଛନ୍ତି, ରାଜ୍ୟର ଜନସାଧାରର ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା ରଖିଛନ୍ତି । ରାଜ୍ୟର ସବୁ କୋଣରୁ ତାଙ୍କ ପ୍ରତି ଭଲ ପାଇବା ରହିଛି । ତେଣୁ ସେ ଯେଉଁଠୁ ଛିଡା ହେବେ ସେଠାରୁ ଜିତିବେ ।
ନବୀନ ପଟ୍ଟନାୟକ ରାଜ୍ୟର ସାମୁହିକ ବିକାଶକୁ ନେଇ ଆଗକୁ ଚାଲିଛନ୍ତି । ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ସେ ମାଲକାନଗିରିକୁ ବିକାଶର ଲଞ୍ଚିଂ ପ୍ୟାଡ କରିଛନ୍ତି । ଉପକୂଳ ହେଉ ବା ପଛୁଆ ଜିଲ୍ଲା, ସବୁ ଅଞ୍ଚଳର ବିକାଶ କଥା ଚିନ୍ତା କରନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ବର୍ଷ ବର୍ଷ ଧରି ତାଙ୍କର ଲୋକପ୍ରିୟତା ବଢି ଚାଲିଛି ।
ତେଣୁ ସେ ଯେଉଁ ସିଟରୁ ଚାହିଁବେ ସେଠାରୁ ଛିଡା ହୋଇପାରିବେ । ତେବେ ସେ କେଉଁଠୁ ଛିଡା ହେବେ ଏ ନିଷ୍ପତ୍ତି ସେ ନିଜେ ନେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ନୀବନ ପଟ୍ଟନାୟକ ହେଉଛନ୍ତି ଦଳର ସଭାପତି । ସେ ନିଶ୍ଚୟ ନିର୍ବାଚନ ଲଢିବେ ଏବଂ ସେ କେଉଁଠୁ ନିର୍ବାଚନ ଲଢିବେ ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
ନିକଟରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର କହିଥିଲେ, ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପୁରୀରୁ ଲଢନ୍ତି ତେବେ ସମସ୍ତେ ତାଙ୍କୁ ସମର୍ଥନ କରିବେ । ବରିଷ୍ଠ ସେବାୟତଙ୍କ ଏହି ବକ୍ତବ୍ୟ ପରେ ନବୀନ ପୁରୀରୁ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର ଧରିଛି ।
Comments are closed.